www.samajalive.in
Saturday, December 6, 2025
15.1 C
Bhubaneswar

କାମ ନସରୁଣୁ ଫାଳ ଫାଳ ହୋଇ ଫାଟିଗଲାଣି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ

ଦେବଗଡ଼଼: ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ, ହେ​‌ଲେ ରାସ୍ତା ଫାଟି ଆଁ କଲାଣି। ରାସ୍ତାରୁ ବଜୁରୀ ମଧ୍ୟ ଉଠିବାକୁ ବସିଲାଣି। ଏଭଳି ଅବସ୍ଥା ଦେଖାଦେଇଛି ଝରାଗୋଗୁଆ ଝରାସାହି-ନିକ୍ତିମାଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡକରେ। ଏଭଳି ସ୍ଥିତିରେ ସମ୍ପୃକ୍ତ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା ଠିକାଦାର-ଯନ୍ତ୍ରୀ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ତିଲେଇବଣି ବ୍ଲକର ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଝରାଗୋଗୁଆ ଝରାସାହିି-ନିକ୍ତିମାଳ ୬ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ନିର୍ମାଣ ନିମନ୍ତେ ଭାରତ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଥିଲା। ସେହିପରି ନିର୍ମାଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରିଥିଲେ। ଟେଣ୍ଡର ପ୍ରକ୍ରୀୟା ସମ୍ପନ୍ନ ହେବାସହ ବରଗଡ଼ ଜିଲା ପଦ୍ମପୁରର ନିର୍ମାଣ କାରୀ ସଂସ୍ଥା ମେସର୍ସ ୟୁନିସନ ଇନଫ୍ରାକନକୁ ଏହାର ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୫କୋଟି ୧୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ସମ୍ପୃକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ମେଟାଲିଂ କାର୍ଯ୍ୟଠାରୁ ଆରମ୍ଭ କରି ପିଚୁ ରାସ୍ତା ଓ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି। ଫଳରେ ଉକ୍ତ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବାସହ ସରକାରୀ ଅର୍ଥ ପାଣିରେ ପଡ଼ିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ଅଂଚଳବାସୀ ନିର୍ମାଣକାରୀ ସଂସ୍ଥାଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଦେବଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନର କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଏପରିକି ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଏକାଧିକବାର ଅଭିଯୋଗ କରିବାସହ ବ୍ୟୟ ଅଟକଳ ଅନୁଯାୟୀ ସଠିକ ମାନର କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି। ଏହା ସତ୍ୱେ ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବ ଭଳି ନିମ୍ନ ମାନର କାର୍ଯ୍ୟ ଜାରୀ ରହିଥିବାରୁ ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର କାର୍ଯ୍ୟ ହେଉଛି। ଫଳ ସ୍ୱରୂପ ନିର୍ମାଣର ୩ ସପ୍ତାହ ନପୁରୁଣୁ ଉକ୍ତ ସଦ୍ୟ ନିର୍ମୀତ କଂକ୍ରିଟ ରାସ୍ତାର ଭିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଏଥିସହ ଭଲଭାବେ କ୍ୟୁରିଂ (ଜଳ ସିଞ୍ଚନ) କରାଯାଇନଥିବାରୁ କଂକ୍ରିଟ ରାସ୍ତାରୁ ସିମେଣ୍ଟ ଗୁଣ୍ଡ ବାହାରି ପବନରେ ଉଡୁଥିବା ଦେଖିବାକୁ ମିଳୁଛି।

- Advertisement -

ଅନ୍ୟ ପକ୍ଷରେ ଭଲ ଭାବେ ରୋଲିଂ କରାଯାଇନଥିବାରୁ ପିଚୁବୋଳା ଚିପ୍ସ ଓ ବଜୁରୀ ଆଦି ବିଚାଯିବା ପୂର୍ବରୁ ଅନେକ ସ୍ଥାନରେ ମେଟାଲ ଗୁଡିକ ଉପରକୁ ଉଠିଯିବା ସହ ଠାଏଁ ଠାଏଁ ଜମା ହେବାସହ ସମଗ୍ର ରାସ୍ତାଟି ଆବୁଡା ଖାବୁଡା ହୋଇଯାଉଛି। ମାତ୍ର ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରାଯାଇ ଉଠିଯାଇଥିବା ମେଟାଲ ଗୁଡିକୁ ପୁନଃ ସ୍ଥାପିତ କରିବା ପରିବର୍ତ୍ତେ ଏହା ଉପରେ ହିଁ ପିଚୁ ଢାଳି ତା’ ଉପରେ ପିଚୁ- ଚିପ୍ସର ମିଶ୍ରଣ ଢଳେଇ କରାଯାଉଛି। ଫଳରେ ଉକ୍ତ ରସ୍ତାର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇବା ସହ ଯନ୍ତ୍ରୀ-ନିର୍ମାଣକାରୀ ସଂସ୍ଥାର ଦୁର୍ନୀତି ଖୋର ମନୋଭାବ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ନିର୍ମାଣ କାର୍ଯ୍ୟରେ ଏଭଳି ଅନିୟମିତତା ସମ୍ପର୍କରେ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଚାରଡିଆଙ୍କ ମତାମତ ଲୋଡିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରି ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରୁଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି। ସେହିପରି ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବିଷୟରେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ‘ଏହା ଫାଟ ନୁହେଁ.. ଜଏଣ୍ଟ’ ବୋଲି ଉତର ଦେବାସହ କ୍ଷତିଗ୍ରସ୍ତ ଅଂଶକୁ ତୁରନ୍ତ ମରାମତି କରାଯିବ ବୋଲି ସେ ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ଏନେଇ ଦେବଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ସୋରେନଙ୍କ ମତାମତ ଲୋଡିବାରୁ ସେ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ପରେ ଏନେଇ ମତାମତ ଦେବେ ବୋଲି ପ୍ରକାଶ କରିଛନ୍ତି। ତେବେ ସେ ଯାହା ହେଉନା କାହିଁକି ଭିଜିଲାନ୍ସ ବିଭାଗ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ସଠିକ ମାନର କାର୍ଯ୍ୟ କରାଗଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories