www.samajalive.in
Saturday, December 6, 2025
26.1 C
Bhubaneswar

ଆଠଗଡର ବିଭିନ୍ନ ମନ୍ଦିର ପରିଦର୍ଶନ କଲେ ପ୍ରାକ୍ତନ ବିଚାରପତି ଅନଙ୍ଗ ପଟ୍ଟନାୟକ

ଆଠଗଡ : ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଆଠଗଡ ଆସିି ଏଠାରେ ଥିବା ପ୍ରାଚୀନ ମନ୍ଦିରଗୁଡିକ ପରିଦର୍ଶନ କରିଥିଲେ। ଆଠଗଡ ଗଦାସାହିର ମୂଳବାସିନ୍ଦା ଜଷ୍ଟିସ୍‌ ପଟ୍ଟନାୟକ ମଙ୍ଗଳବାର ପ୍ରଥମେ ପ୍ରାଚୀନ ରାଧାଗୋବିନ୍ଦ ଜୀଉ ମନ୍ଦିର ଏବଂ ପରେ ପରେ ଅଟ୍ଟାଳି ଶ୍ରୀ ଜଗନ୍ନାଥ ଦେବ, ଅଧିଷ୍ଠାତ୍ରୀ ମା ବାଉତୀ ଓ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଏହି ପରିଦର୍ଶନ ସମୟରେ ତହସିଲଦାର ପ୍ରିୟବ୍ରତ ଦାସ, ଦେବୋତ୍ତର ସୁପର ଭାଇଜର ଭବାନୀ ଶଙ୍କର ପଣ୍ଡା, ସମାଜସେବୀ ପୃଥ୍ୱୀରାଜ ପଟ୍ଟନାୟକ ଓ ସାମ୍ବାଦିିକ ଲଲାଟେନ୍ଦୁ ସେନାପତି ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ପଟ୍ଟନାୟକ ଆଠଗଡର ଏହିସବୁ ପ୍ରାଚୀନ ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅବହେଳା ପରିଦର୍ଶନ କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories