www.samajalive.in
Tuesday, December 9, 2025
15.1 C
Bhubaneswar

କମୁଛି ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ସରକାର ଗତ ପାଞ୍ଚବର୍ଷ ଧରି ଦେଶରେ ବିଭିନ୍ନ ସରକାରୀ ଚାକିରୀରେ କମ୍‍ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଏସଏସସି, ବ୍ୟାଙ୍କିଙ୍ଗ ଏବଂ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଆଦି ପକ୍ଷରୁ ପ୍ରକାଶିତ ନିଯୁକ୍ତି ବିଜ୍ଞାପନରେ ଏହା ପ୍ରତିଫଳିତ ହୋଇଛି। ଏପରିକି ଚଳିତ ବର୍ଷ ସିଭିଲ ସର୍ଭିସ ପରୀକ୍ଷା ପାଇଁ ୧୦% କମ୍‍ ପଦବୀର ବିଜ୍ଞାପନ ପ୍ରକାଶିତ ହୋଇଛି।
ପ୍ରତିବର୍ଷ ପୂର୍ବାପେକ୍ଷା କମ୍‍ ସଂଖ୍ୟାରେ ଯୁବକ ଯୁବତୀଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ପ୍ରଦାନ କରିବା ଧାରା ଗତ ପାଞ୍ଚବର୍ଷ ହେଲା ଚାଲିଆସୁଛି। ନିକଟରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‍ସି) ପକ୍ଷରୁ ଏହାର ସମ୍ମାନଜନକ ସିଭିଲ ସର୍ଭିସ ପରୀକ୍ଷା ପାଇଁ ୭୧୨ଟି ପଦବୀର ବିଜ୍ଞାପନ ପ୍ରକାଶିତ ହୋଇଛି। ଗତବର୍ଷ ଏହି ବର୍ଗରେ ୭୯୬ଟି ପଦବୀ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଫଳରେ ଚଳିତ ବର୍ଷ ସେଥିରେ ୧୦% ହ୍ରାସ କରାଯାଇଛି। ଦେଶରେ ଆଇଏଏସ୍‍ ଏବଂ ଆଇପିଏସ୍‍ ଅଫିସରଙ୍କର ଅଭାବ ରହିଥିବାବେଳେ ସରକାର କମ୍‍ ସଂଖ୍ୟାରେ ଏହି ପଦବୀଗୁଡିକ ପାଇଁ ବିଜ୍ଞାପନ ପ୍ରକାଶ କରିବା ଚିନ୍ତାର ବିଷୟ ହୋଇଛି।

୨୦୧୪ରେ ୟୁପିଏସ୍‍ସି ପକ୍ଷରୁ ୧୩୬୪ଟି ପଦବୀ ଖାଲି ପଡିଥିବା କୁହାଯାଇଥିଲା ଏବଂ ସେଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଗଲା। କିନ୍ତୁ ୨୦୨୦ରେ ସେହି ପଦବୀ ସଂଖ୍ୟାରେ ପ୍ରାୟ ୪୭.୮% ହ୍ରାସ କରାଯାଇଛି। କେବଳ ସିଭିଲ ସର୍ଭିସ ନୁହେଁ, ୟୁପିଏସ୍‍ସି ଦ୍ୱାରା ପରିଚାଳିତ ନିଯୁକ୍ତି ପରୀକ୍ଷାରେ ମଧ୍ୟ କମ୍‍ ସଂଖ୍ୟକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରାଯାଉଛି। ୨୦୧୬-୧୭ରେ ୟୁପିଏସ୍‍ସି ପକ୍ଷରୁ ମୋଟ ୬୧୦୩ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଥିବାବେଳେ ୨୦୧୯-୨୦ରେ ତାହା ୪୩୯୯କୁ ହ୍ରାସପାଇଥିଲା। କ୍ୟାଡର ମ୍ୟାନେଜମେଣ୍ଟରେ ସମସ୍ୟା କାରଣରୁ ବିଭିନ୍ନ ପଦବୀ ନିମନ୍ତେ କମ୍‍ ସଂଖ୍ୟାରେ ବିଜ୍ଞାପନ ପ୍ରକାଶ ପାଉଥିବା କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କୁହାଯାଇଛି। ୟୁପିଏସ୍‍ସି ଭଳି ଷ୍ଟାଫ ସିଲେକ୍ସନ କମିଶନ, ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ, ଡାକ ବିଭାଗ ମଧ୍ୟ ୨୦୧୬-୧୭ ଠାରୁ କମ୍‍ ସଂଖ୍ୟାରେ ନିଯୁକ୍ତି ପ୍ରଦାନ କରିଆସୁଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories