BJD Bijuli 480×75 Mob

ଇତିହାସ ରଚିଲେ ଅଶ୍ଵିନ, ୪୦୦ ଉଇକେଟ୍‌ କ୍ଲବରେ ସାମିଲ ହେଲେ

BJD Bijuli 480×75 Mob

ଅହମ୍ମଦାବାଦ: ଟିମ୍‌ ଇଣ୍ଡିଆର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ନୂଆ ଇତିହାସ ରଚିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୪୦୦ ଉଇକେଟ୍‌ ପୂରଣ କରିଛନ୍ତି। ଏହା ସହିତ ସବୁଠୁ କମ୍‌ ମ୍ୟାଚରେ ୪୦୦ ଉଇକେଟ୍‌ ପୂରଣ କରିବାରେ ସେ ବିଶ୍ଵରେ ୨ୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟର ୨ୟ ଦିନରେ ଅଶ୍ଵିନ ଜୋଫ୍ରା ଆର୍ଚରଙ୍କୁ ଲେଗ୍‌ ବିଫୋର ଆଉଟ୍‌ କରି ଏହି ସଫଳତା ପାଇଛନ୍ତି।

ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେନ୍‌ ଏବଂ ନ୍ୟୁଜିଲାଣ୍ଡର ରିଚାର୍ଡ ହାଡ୍‌ଲୀ ୮୦ଟି ଟେଷ୍ଟ ମ୍ୟାଚରେ ୪୦୦ ଉଇକେଟ୍‌ ନେଇଥିବାବେଳେ ଅଶ୍ଵିନ ୭୭ ମ୍ୟାଚରେ ଏହି ରେକର୍ଡ କରିଛନ୍ତି। ଶ୍ରୀଲଙ୍କାର ମହାନ୍‌ ସ୍ପିନର ମୁଥେୟା ମୁରଲୀଧରନ ୭୨ ଟେଷ୍ଟ ମ୍ୟାଚରେ ୪୦୦ ଉଇକେଟ୍‌ ନେଇଥିଲେ।

ଅଶ୍ଵିନ ୪୦୦ ଉଇକେଟ୍‌ ନେବାରେ ବିଶ୍ଵର ୬ଷ୍ଠ ଏବଂ ଭାରତର ୪ର୍ଥ ବୋଲର। ଅନ୍ୟ ଭାରତୀୟ ସ୍ପିନରଙ୍କ ମଧ୍ୟରେ ଅନିଲ କୁମ୍ବଲେ ଏବଂ ହରଭଜନ ସିଂହ ପୂର୍ବରୁ ଏହି ସଫଳତା ହାସଲ କରିଛନ୍ତି।

Comments are closed.