www.samajalive.in
Monday, December 15, 2025
24.1 C
Bhubaneswar

ଥୁଆମୁଳ ରାମପୁର ଅଂଚଳର ବିଦ୍ୟୁତ୍ ସମସ୍ୟା ଦୂର ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

କଲମପୁର : କଳାହାଣ୍ଡି ଜିଲାର ଅଗମ୍ୟ ଅଂଚଳ ଥୁଆମୁଳ ରାମପୁର। କିନ୍ତୁ ଏହି ଅଂଚଳବାସୀଙ୍କ ତ୍ୟାଗ ପାଇଁ ଇନ୍ଦ୍ରାବତୀ ଭଳି ବୃହତ ଜଳ ଭଣ୍ଡାର ସ୍ଥାପିତ ହେଇ ପାରିଥିଲା। ପୂର୍ବରୁ ଅନାହାର ଓ ମରୁଡି ପ୍ରବଣ ଅଂଚଳ ଭାବେ ପରିଚିତ ଥିବା କଳାହାଣ୍ଡି ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଇଁ ଆଜି ଶଷ୍ୟ ଶ୍ୟାମଳାରେ ଭରପୁର ହେଇ ପାରିଛି ସ୍ଥାନୀୟ ଅଞ୍ଚଳ। କିନ୍ତୁ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଇଁ ସର୍ବହରା ହେଇଥିବା ମଣିଷଙ୍କ ସେଭଳି କିଛି ପଦକ୍ଷେପ ନିଆ ଯାଇନାହିଁ। ଆଜି ଅନେକ ଲୋକ ଜିବୀକା ହରାଇ ବସି ରହିଛନ୍ତି। ଜଳ ଭଣ୍ଡାର ମଧ୍ୟରେ ଥିବା ଟାପୁଗୁଡିକରେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି। ଲୋକଙ୍କୁ ବିଦ୍ୟୁତ୍ ଆଲୋକ ଦେଖାଇଥିବା ଅଂଚଳବାସୀ ଏବେ ଅନ୍ଧାରରେ। ଏନେଇ ବାରମ୍ବାର ଗଣମାଧ୍ୟମରେ ଆଲୋଚନା ସମାଲୋଚନା ହେବା ପରେ ଶକ୍ତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଦିନିକିଆ ଗସ୍ତରେ ଥୁଆମୁଳ ରାମପୁର ଠଆରେ ପହଂଚିବା ପରେ ଥୁଆମୁଳ ରାମପୁର ଅଂଚଳର ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜନ କରିଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭା ଗୃହ ଠାରେ ଆୟୋଜିତ ଏହି ସଭାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମେତ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ମନ୍ତ୍ରୀ ପୂଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ବିଡିଓ ନିଶାନ ମିଶ୍ର ସ୍ଥାନୀୟ ସମିତି ସଭ୍ୟ ମନୋରଞ୍ଜନ ନାଏକଙ୍କ ସମେତ ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଥୁଆମୁଳ ରାମପୁର ଭଳି ଅଗମ୍ୟ ଅଂଚଳର ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ଅନ୍ୟପଟେ ବ୍ଲକରେ ବହୁ ପଦବୀ ଖାଲି ପଡିଥିବାରୁ ଲୋକଙ୍କ କାର୍ଯ୍ୟ ସମ୍ପାଦନ ଉପରେ ସମସ୍ୟା ଦେଖା ଦେଉଛି। ସେହିଭଳି ବ୍ୟାଙ୍କ ସମସ୍ୟା ଯୋଗୁଁ ଅନେକ ହିତାଧିକାରୀ ସଠିକ ସମୟରେ ନିଜ ନିଜ କାର୍ଯ୍ୟ ସମ୍ପାଦନରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ମନ୍ତ୍ରୀ ତୁରନ୍ତ ଏହାର ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ। ଏହାସହ ଯେଉଁ ସବୁ ଗାଁକୁ ବିଜୁଳି ଆଲୁଅ ପହଂଚି ନାହିଁ  ସେ ସବୁ ଗାଁରେ ତୁରନ୍ତ ବିଦ୍ୟୁତ୍ ସଂଯୋଗର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories