www.samajalive.in
Monday, December 15, 2025
17.1 C
Bhubaneswar

ତାଲିମପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆତ୍ମାହୁତି ଚେତାବନୀ

ବୋଲଗଡ଼: ତାଲିମ ପ୍ରାପ୍ତ ଶିକ୍ଷକ ପାଣ୍ଡବ ସାହୁ ଓ ସୁକାନ୍ତ କୁମାର ଜେନାଙ୍କ ମିଳିତ ଅବାହକତ୍ୱରେ ଏବଂ ଲଡ଼ୁକେସର ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଦାଧର ଦଳବେହେରାଙ୍କ ସଭାପତିତ୍ୱରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକର ଶିକ୍ଷା ତାଲିମ୍ ପ୍ରାପ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଏକ ଜରୁରୀ କାଳୀନ ସମାବେଶ ବୈଠକ ବାଣପୁରସ୍ଥିତ ଲଡ଼ୁକେସର ବିଦ୍ୟା ମନ୍ଦିର ସମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଖୋର୍ଦ୍ଧାଜିଲ୍ଲାର ୧୦ଟି ବ୍ଲକ୍ରୁ ପ୍ରାୟ ୧୨୦ଜଣ ଶିକ୍ଷାତାଲିମ୍ ପ୍ରାପ୍ତ ଶିକ୍ଷା ଓ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ବୈଠକ ପ୍ରାରମ୍ଭରେ ସଭାପତି ପ୍ରଧାନ ଆଚାର୍ୟ୍ୟ ଶ୍ରୀ ବେହେରା ସ୍ୱାଗତ ଭାଷଣ  ଦେଇଥିଲେ ଓ ଆବାହକ ଶିକ୍ଷକ ପାଣ୍ଡଵ ସାହୁ ଶିକ୍ଷା ତାଲିମ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସମସ୍ୟା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କୋଭିଡ-୧୯ ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରାଯାଇ ସ୍ବର୍ଗତ କରୋନା ଯୋଦ୍ଧାମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାଥନା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ ଅନୁଯାଇ ମାନବ ସମ୍ବଳ ବିକାଶ (ଶିକ୍ଷା ବିଭାଗ ) ମନ୍ତ୍ରାଳୟ ଅଧିନସ୍ଥ ଜାତୀୟ ମୁକ୍ତ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଶିକ୍ଷାରେ ” ଡିପ୍ଲୋମା ତାଲିମ ପ୍ରମାଣ ପତ୍ର  ଓ +୨ ପ୍ରମାଣ ପତ୍ର ” ଶିକ୍ଷା ତାଲିମ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ କରାଯାଉନଥିବା ସମ୍ପର୍କରେ ଆଜିର ବୈଠକରେ ଆଲୋଚନା କରାଯାଇଥିଲା । ଗୁରୁଜୀ ସୁକାନ୍ତ କୁମାର ଜେନା ,ଦେବରାଜ ମିଶ୍ର,ଦିଗନ୍ତ ଭୂଷଣ ମିଶ୍ର ,ବୁଢ଼ୀ ସାହୁ,ଜିତେନ୍ ପଟନାୟକ ,ସରୋଜ ତ୍ରିପାଠୀ ,ଶିବସ ହୋତା,ହାଡୁବନ୍ଧୁ ସାହୁ,ଗୁରୁମା ସୁକାନ୍ତି ମହାପାତ୍ର  ,ପ୍ରିୟମ୍ବଦା ମହାପାତ୍ର ,ପାର୍ବତୀ ମିଶ୍ର,ସରୋଜିନୀ ବରାଳ ,ବାସନ୍ତୀ ମିଶ୍ର,ବିଜୟ ଲକସମି ମହାପାତ୍ର ପ୍ରମୁଖ ଜାତୀୟ ମୁକ୍ତ ଶିକ୍ଷା ପ୍ରତିଷ୍ଠାନର ମନଇଛା ଶାସନ, ଖରାପ ବ୍ୟବହାର ପ୍ରଦର୍ଶନ, ଶିକ୍ଷା ତାଲିମ ପ୍ରମାଣ ପତ୍ର ପ୍ରଦାନରେ ଅବହେଳା ସମ୍ପର୍କରେ ଦୃଢ ନିନ୍ଦା କରିଥିଲେ । ଯଦି ଜାତୀୟ ମୁକ୍ତ  ଶିକ୍ଷା ପ୍ରତିଷ୍ଠାନ ତାଲିମ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଶୀଘ୍ର ଶିକ୍ଷା ତାଲିମ ପ୍ରମାଣ ପତ୍ର ପ୍ରଦାନ ନ କରିବ ତେବେ ଆଗାମୀ ଖୋର୍ଦ୍ଧା ଜିଲାର ସମସ୍ତ ବେସରକାରୀ ସ୍କୁଲର ତାଲିମ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ରାଜ୍ୟ ଜାତୀୟ ମୁକ୍ତ ଶିକ୍ଷା ପ୍ରତିସ୍ଥାନ ନିର୍ଦେଶାଳୟକୁ ଘେରାଉ କରି ଆମରଣ ଅନଶନ କରିବେ ଏବଂ ଆତ୍ମାହୁତି ଦେବେ ବୋଲି ଶପଥ ନେଇଅଛନ୍ତି । ଏଥିପାଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସମ୍ପୂର୍ଣ ଦାୟୀ ରହିବେ । ପରିଶେଷରେ ଗୁରୁମା ମମତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories