www.samajalive.in
Sunday, December 7, 2025
13.1 C
Bhubaneswar

କୋଭିଡ ଟିକାକରଣ ପରେ ଦେଶରେ ୨୭ ଜଣଙ୍କ ମୃତ୍ୟୁ, ୨୧ ସୁସ୍ଥ

ଦେଶରେ ଆଜି ସକାଳ ସୁଦ୍ଧା ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ ଟିକାକରଣ କରାଯାଇଥିବା ବେଳେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୦ ପ୍ରତିଶତ ଟିକାକରଣ ହୋଇଥିବା ଜଣାପଡିଛି। ବିହାରରେ ୮୦.୦୬%, ଲାକ୍ଷାଦ୍ଵୀପରେ ୮୧%, ତ୍ରିପୁରାରେ ୭୮.୯%, ଓଡିଶାରେ ୭୬.୭%, ମଧ୍ୟ ପ୍ରଦେଶରେ ୭୫.୮%, ଉତ୍ତରାଖଣ୍ଡରେ ୭୪.୮%, ହିମାଚଳ ପ୍ରଦେଶରେ ୭୪.୫%, ଛତିଶଗଡ଼ରେ ୭୩%, କେରଳରେ ୭୧.୧%, ରାଜସ୍ଥାନରେ ୭୦.୭%, ମିଜୋରାମରେ ୭୦.୫% ଏବଂ ସିକିମରେ ୭୦.୧% ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେହି ସମୟ ମଧ୍ୟରେ ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମେଘାଳୟ, ପଞ୍ଜାବ, ମଣିପୁର, ତାମିଲନାଡୁ, ଚଣ୍ଡିଗଡ଼, ନାଗାଲାଣ୍ଡ ଏବଂ ପୁଡୁଚେରୀରେ ୪୦%ରୁ କମ୍ ଟିକାକରଣ ହୋଇଛି। ତେବେ ସର୍ବାଧିକ ସଂଖ୍ୟକ ଟୀକାକରଣ ରେକର୍ଡ କରିଥିବା ୧୦ଟି ରାଜ୍ୟ ହେଉଛି ଜାମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ଗୁଜୁରାଟ, ଝାଡାଖଣ୍ଡ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ତ୍ରିପୁରା ଏବଂ ଦିଲ୍ଲୀ।

ଇତି ମଧ୍ୟରେ କୋଭିଡ ଟିକା ଦିଆଯିବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ମୋଟ ୩୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ମୋଟ ସମୁଦାୟ ଟୀକାକରଣର ୦.୦୦୦୪%। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୩୪ଟି ମାମଲା ମଧ୍ୟରୁ ୨୧ ଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଚିକିତ୍ସାଧୀନ ଅଛନ୍ତି। ଆଜି ସୁଦ୍ଧା ଟିକାକରଣ ଜନିତ ୨୭ଟି ମୃତ୍ୟୁ ରେକର୍ଡ କରାଯାଇଛି। ସେଥିମଧ୍ୟରୁ ୧୧ ଜଣ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ଡାକ୍ତରଖାନା ବାହାରେ ରେକର୍ଡ କରାଯାଇଛି।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ୩ଟି ନୂଆ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶର ହରଡା ନିବାସୀ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ୯ ଦିନ ଟୀକାକରଣ ପରେ ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଜଣେ ୩୫ ବର୍ଷ ବୟସ୍କ ହରିୟାଣାର ପାନିପତ ନିବାସୀ ନିମୋନିଆରେ ଆକ୍ରାନ୍ତ ହୋଇ ଟୀକାକରଣର ୮ ଦିନ ପରେ ମୃତ୍ୟୁ ବରଣ କରିଛନ୍ତି। ପୋଷ୍ଟମର୍ଟମ ବିବରଣୀକୁ ଅପେକ୍ଷା କରାଯାଇଛି। ରାଜସ୍ଥାନର ଦାଉସା ନିବାସୀ ଜଣେ ୫୮ ବର୍ଷିୟା ଡ୍ୟୁଟିରେ ଥାଇ ଟିକା ନେବାପରେ ପଡ଼ିଯାଇଥିଲେ ଓ ମୃତ୍ୟୁ ଘଟିଥିଲା।

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସହ ଟୀକାକରଣ ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି। ସେ ଟିକାକରଣ ପ୍ରକ୍ରିୟା ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଲେଖିଥିବା ଏକ ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦର୍ଶାଇଛନ୍ତି ଯେ ରାପିଡ୍ ଆସେସମେଣ୍ଟ ସିଷ୍ଟମ୍ (ଆରଏସ୍ଏସ୍) ଅନୁଯାୟୀ, ୯୭% ହିତାଧିକାରୀ ସାମଗ୍ରିକ ଟୀକାକରଣ ଅଭିଜ୍ଞତାରେ ସନ୍ତୁଷ୍ଟ ଥିବା ଜଣାପଡିଛି ମାତ୍ର ୮୮.୯% ହିତାଧିକାରୀ କହିଛନ୍ତି ଯେ ସେମାନଙ୍କୁ ଟିକାକରଣ ପରେ ଟୀକାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ କୁହାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories