www.samajalive.in
Tuesday, December 9, 2025
26.1 C
Bhubaneswar

ଇଶାନ୍ତଙ୍କ ସହିତ ଖେଳିବାକୁ ଉତ୍ସାହିତ ଅଛି – ସିରାଜ୍‌

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ଚେନ୍ନଇର ଏମ୍‌. ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ଖେଳାଯିବ। ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ଲାଗି ଭାରତୀୟ ଦଳରେ ଫାଷ୍ଟ ବୋଲର ମହମ୍ମଦ ସିରାଜ୍‌ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର -ଗାଭାସ୍କର ଟ୍ରଫିରେ ପଦାର୍ପଣ ସହ ଚମତ୍କାର ପ୍ରଦର୍ଶନ କରି ୧୩ଟି ୱିକେଟ ନେଇଥିବା ସିରାଜ୍‌ କୁହନ୍ତି, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳିବା ନେଇ ଏବେ ନିଜକୁ ପ୍ରସ୍ତୁତ କରୁଛି। ଅଷ୍ଟ୍ରେଲିଆରେ ଅଜିଙ୍କ୍ୟ ରାହାଣେ( ଅଜି ଭାୟା), ସାମି ଭାଇ, ରୋହିତ ଭାଇଙ୍କ ସହ ଖେଳିବା ଓ ରବି ସାର୍‌ଙ୍କ ପରାମର୍ଶ ମୋତେ ବହୁତ ସହାୟକ ହୋଇଛି।

ଏବେ ଭାରତରେ ଇଶାନ୍ତ ଶର୍ମାଙ୍କ ସହିତ ଖେଳିବା ନେଇ ବହୁତ ଉତ୍ସାହିତ ରହିଛି। ଇଶାନ୍ତ ଶର୍ମାଙ୍କ ନିକଟରେ ରହିଥିବା ଅଭିଜ୍ଞତା ମୋତେ ସହାୟକ ହେବ ବୋଲି ସିରାଜ୍‌ କହିଛନ୍ତି। ଦେଶ ପାଇଁ ଖେଳିବାର ସୁଯୋଗ ମିଳିବା ନେଇ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି। ଅଷ୍ଟ୍ରେଲିଆ ସିରିଜ୍‌ ମୋ ପାଇଁ ବଡ ସୁଯୋଗ ଆଣି ଦେଇଥିଲା। ବ୍ରିସ୍‌ବେନ୍ ଟେଷ୍ଟରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମାଙ୍କ ଭଳି ଫାଷ୍ଟ ବୋଲରଙ୍କ ବିନା ଦଳରେ ଖେଳିବା ବହୁତ ବଡ ଆହ୍ବାନ ଥିଲା ବୋଲି ସିରାଜ୍‌ କହିଛନ୍ତି। ମେଲବୋର୍ଣ୍ଣରେ ବକ୍ସିଂ ଡ଼େ ଟେଷ୍ଟରେ ପଦାର୍ପଣ କରିବା​‌ ନେଇ ବହୁତ ଉତ୍ସାହିତ ଥିଲି। ଦଳରେ ସିିନିୟର ଫାଷ୍ଟ ବୋଲରଙ୍କ ସହଯୋଗ ମୋତେ ଯଥେଷ୍ଟ ମିଳିଥିଲା ବୋଲି ସିରାଜ୍‌ କହିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ରହିଛି ବୋଲି ସିରାଜ୍‌ କହିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories