www.samajalive.in
Tuesday, December 9, 2025
26.1 C
Bhubaneswar

ଝୋଡିଆ ସଂପ୍ରଦାୟକୁ ଆଦିବାସୀର ମାନ୍ୟତା ନେଇ ଝଡ଼, ରାଜ୍ୟ ସରକାରଙ୍କ ଯୁକ୍ତିରେ ସନ୍ତୁଷ୍ଟ ହେଲାନି କେନ୍ଦ୍ର

ରାୟଗଡା: ଦୀର୍ଘ ଦୁଇ ଦଶନ୍ଧି ଧରି ଆଦିବାସୀ ମାନ୍ୟତା ପାଇଁ ଚାଲିଛି ସଂଘର୍ଷ। ତଥାପି ଝୋଡିଆ ସଂପ୍ରଦାୟକୁ ଆଦିବାସୀର ମାନ୍ୟତା ମିଳୁନି। ଏ ନେଇ ରାଜ୍ୟ ବିଧାନସଭା ଠାରୁ ଆରମ୍ଭ କରି ପାର୍ଲାମେଣ୍ଟରେ ମଧ୍ୟ ପର୍ଯ୍ୟାୟକ୍ରମେ ଯୁକ୍ତି ଉପସ୍ଥାପନ କରାଯାଇଛି। ତଥାପି ଫଳ ଶୂନ। ଏବେ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ। ଆଦିବାସୀ ମାନ୍ୟତା ନେଇ ରାଜ୍ୟ ସରକାର ଠିକ୍ ରୂପେ ଯୁକ୍ତି ଉପସ୍ଥାପନ କରି ନ ଥିବାରୁ ଏହାକୁ ଗ୍ରହଣ କରିନାହାନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ। ଫଳରେ ତାହା ଆଇନରେ ପରିଣତ ହୋଇପାରୁନି ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ଚିଠି ଦ୍ବାରା ଅବଗତ କରାଇଛନ୍ତି, ଯାହାକୁ ନେଇ ରାୟଗଡ଼ା ଜିଲାରେ ଅସନ୍ତୋଷ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ହଜାର ହଜାରେ ସଂଖ୍ୟାରେ ଝୋଡିଆ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ସେହିପରି ରାୟଗଡ଼ା-କଳାହାଣ୍ଡି ସୀମାନ୍ତରେ ମଧ୍ୟ ଏହି ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି, କିନ୍ତୁ ଦୀର୍ଘଦିନର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ଶ୍ରୀ ଉଲ୍ଲାକା।

- Advertisement -

୨୦୦୯ମସିହା ପୂର୍ବରୁ ରାଜ୍ୟ ସରକାର ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ପାଇଁ ଦୁଇ ଦୁଇଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ତେବେ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବର ରିପୋର୍ଟ ଉପରେ ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଆରଜିଆଇ) ଓ ଜାତୀୟ ଜନଜାତି କମିଶନ୍ ସନ୍ତୁଷ୍ଟ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ଘଟଣାକୁ ଗୁରୁତର ଭାବେ ନ ନେଇ ରାଜ୍ୟ ସରାକାର ଚୁପ୍ ବସିଲେ। ଯାହାଫଳରେ ଆଉ ଆଦିବାସୀ ମାନ୍ୟତାର କଥା ଉଠିଲା ନାହିଁ। ଗତ ୨୦୧୯ମସିହା ଜୁଲାଇ ୧୮ତାରିଖ ଦିନ ସଂସଦ ଅଧିବେଶନର ଶୂନ୍ୟକାଳରେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ଉଲ୍ଲାକା ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ପାଇଁ ଦାବି କରିବା ସହ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ କି କି ପଦକ୍ଷେପ ନେଇଛି ବୋଲି ପ୍ରଶ୍ନ କରିଥିଲେ। ଚିଠି ମାଧ୍ୟମରେ ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ତେବେ କେନ୍ଦ୍ରରୁ ଏପରି ଉତ୍ତର ଆସିବା ପରେ ରାୟଗଡା ଜିଲାରେ ବସବାସ କରୁଥିବା ଝୋଡିଆ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶଥାଉକି ପୂର୍ବରୁ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପାଇଁ ବହୁବାର ଦାବି ହୋଇଛି । ଓଡିଶା ଆଦିବାସୀ ମଞ୍ଚ ପକ୍ଷରୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ସାକ୍ଷାତ କରାଯାଇଥିବା ବେଳେ କାଶୀପୁର ବ୍ଲକର ବିଭିନ୍ନ ଆଦିବାସୀ ସଂଗଠନ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରି ମଧ୍ୟ ସୁଫଳ ପାଇପାରିନାହାନ୍ତି। ଏପରିକି ଏହି ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ଦାବିରେ ସାଧାରଣ ନିର୍ବାଚନ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଧ୍ୟ ବର୍ଜନ କରିଥିଲେ। ତଥାପି ମଧ୍ୟ ସୁଫଳ ମିଳି ନ ଥିବାରୁ ଆଗାମୀ ରଣନୀତି ନେଇ ସେମାନେ ସଜବାଜ ହେଉଥିବାବେଳେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଏହି ଚିଠି ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ା

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories