www.samajalive.in
Monday, December 15, 2025
24.1 C
Bhubaneswar

ଭାରତ-ଆମେରିକା ସମ୍ପର୍କ ମଜବୁତ୍ ହେବ – ହ୍ୱାଇଟ୍ ହାଉସ୍

କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବା ଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଜବୁତ ହେବ ବୋଲି ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି।

ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି ଏକ ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଷ୍ଟ୍ରପତି ଜୋ ବାଇଡେନ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଦ୍ୱିପାକ୍ଷିକ ସଫଳ ସମ୍ପର୍କକୁ ସମ୍ମାନ ଦେଇଛନ୍ତି।

- Advertisement -

ବାଇଡେନ ପ୍ରଶାସନରେ ଭାରତ-ଆମେରିକା ସମ୍ପର୍କକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସାକି କହିଛନ୍ତି ଯେ. ରାଷ୍ଟ୍ରପତି ବାଇଡେନ ଅନେକ ଥର ଭାରତ ଗସ୍ତ କରିଛନ୍ତି। ଭାରତ ଏବଂ ଆମେରିକାର ନେତାଙ୍କ ମଧ୍ୟରେ ଦୀର୍ଘ ଦିନର ସଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ସେ ସମ୍ମାନ କରନ୍ତି, ଏହାର ଗୁରୁତ୍ୱକୁ ସ୍ୱୀକାର କରନ୍ତି। ଏହାକୁ ଆଗକୁ ନେବାକୁ ବାଇଡେନ ପ୍ରଶାସନ ଆଶାବାଦୀ।

ଭାରତୀୟ ବଂଶୋଦ୍ଭବ କମଲା ହାରିସ ଉପରାଷ୍ଟ୍ରପତି ହେବା ଦ୍ୱାରା ଏହି ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସାକି କହିଛନ୍ତି। ବାଇଡେନ ହାରିସଙ୍କୁ ମନୋନୀତ କରିଛନ୍ତି ଏବଂ ସେ ଆମେରିକାର ଉପରାଷ୍ଟ୍ରପତି ହେବାରେ ପ୍ରଥମ ଭାରତୀୟ। ନିଶ୍ଚିତ ଭାବେ ଏହା କେବଳ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ନୁହେଁ, ବରଂ ଏହା ଭାରତ- ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

ଜାନୁଆରୀ ୨୦ରେ ଜୋ ବାଇଡେନ ରାଷ୍ଟ୍ରପତି ଭାବରେ ଏବଂ କମଲା ହାରିସ୍ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। କମଲା ହାରିସ୍ ହେଉଛନ୍ତି ପ୍ରଥମ କଳା ଏବଂ ଆଫ୍ରିକୀୟ-ଏସୀୟ ମହିଳା ଯିଏକି ଆମେରିକାରେ ଏତେ ବଡ଼ ପଦବୀରେ ଅବସ୍ଥାପିତ ହୋଇଛନ୍ତି। କମଲା ହାରିସଙ୍କ ମା ଶ୍ୟାମଲା ଚେନ୍ନାଇର ଏକ ଗାଁର ଥିଲେ, କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବା ଭାରତୀୟଙ୍କ ପାଇଁ ଗର୍ବର ବିଷୟ ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories