www.samajalive.in
Tuesday, December 9, 2025
17.1 C
Bhubaneswar

ଶନିବାର ପାଇଁ ବିଶେଷ ଉପାୟ

ଶନିଙ୍କ କୃପା ପ୍ରାପ୍ତି ପାଇଁ କେତେକ ଉପାୟ ଅବଲମ୍ବନ କରାଯାଇଥାଏ। ଜାଣନ୍ତୁ ତାହା
ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ପ୍ରଭୁ ହନୁମାନଙ୍କ ନିକଟରେ ଚାଳିସା ପାଠ କରନ୍ତୁ।ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଜଳାଇ ଶନିଙ୍କ ମନ୍ତ୍ର ଜପ କରନ୍ତୁ।ଘରର ଗୁରୁଜନଙ୍କ ସହ ଭଲ ବ୍ୟବହାର କରନ୍ତୁ।
ନୀଳ ଓ ଆକାଶୀ ରଙ୍ଗ ଅଧିକ ପରିଧାନ କରନ୍ତୁ।
କେଉଁ ସମୟରେ ଶନିଙ୍କ ଦୃଷ୍ଟି ଶୁଭ ଫଳ ପ୍ରଦାନ କରେ –
ଶନି ଯେଉଁ ସମୟରେ ମକର, କୁମ୍ଭ ରହିଲେ ତୁଳା ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ।
ମେଷ, କର୍କଟ, ସିଂହ ରାଶିରେ ରହିଲେ ସେହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ।
ଶନିଙ୍କ ଉପରେ ବୃହସ୍ପତି ଦୃଷ୍ଟି ରହିଲେ ସେହି ସମୟରେ ମଧ୍ୟ ଉତ୍ତମ ଫଳ ମିଳିଥାଏ।
ଶନିଙ୍କ ଶୁଭ ଦୃଷ୍ଟି ପଡ଼ିବା ମାତ୍ରେ ବ୍ୟକ୍ତି ଜୀବନରେ ଥିବା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ।
୧- ଶନିବାର ଦିନ ଶନିଙ୍କ ଉପବାସ ରଖିବା ସହ ମନ୍ଦିରକୁ ଯାଇ ସୋରିଷ ତେଲରେ ଦୀପ ଲଗାନ୍ତୁ। ଅଶ୍ବତ୍ଥ ବୃକ୍ଷ ନିକଟରେ ଜଳ ଅର୍ପଣ କରିବା ସହ ସନ୍ଧ୍ୟା ସମୟରେ ସୋରିଷ ତେଲରେ ଦୀପ ଲଗାନ୍ତୁ।
୨- ଘରର ବଗିଚାରେ ଶମି ବୃକ୍ଷ ଲଗାନ୍ତୁ ଓ ପୂଜା କରନ୍ତୁ। ଏହା ଘରର ବାସ୍ତୁଦୋଷ ଦୂର କରିବା ସହ ଶନିଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ।
୩- ନିୟମିତ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ।
୪- ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ନିଜ ମାତାପିତାଙ୍କ ସର୍ବଦା ସମ୍ମାନ ଓ ସେବା କରନ୍ତୁ।
୫- ଶନିବାର ଦିନ କଳା କିମ୍ବା ନୀଳ ରଙ୍ଗ ବସ୍ତ୍ର ଧାରଣ କରନ୍ତୁ ଓ ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରନ୍ତୁ।
ଜାଣନ୍ତୁ ଏହି ସଙ୍କେତ ଦେଇଥାଏ ଶନିଙ୍କ ଅଶୁଭ ପ୍ରଭାବର ସଙ୍କେତ
ବାରମ୍ବାର ଟଙ୍କାପଇସାର ଅଭାବ ହୋଇଥାଏ।
ହଠାତ ଦାମୀ ଦ୍ରବ୍ୟ ହଜିବା।
କାର୍ୟ୍ୟରେ ସର୍ବଦା ବାଧା ସୃଷ୍ଟି ହେବା।
ପାଦ ସହ ଜଡ଼ିତ ରୋଗ ଲାଗି ରହିବା।
ଘରେ ଥିବା ପୋଷା ଜନ୍ତୁଙ୍କ ମୃତ୍ୟୁ ହୋଇଯିବା।
ବାରମ୍ବାର ବିବାଦରେ ପଡ଼ିବା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories