www.samajalive.in
Saturday, December 6, 2025
14.1 C
Bhubaneswar

ଶନିବାର ଏହି ଉପାୟ ଆପଣାଇଲେ ହେବେ ଲାଭବାନ

ମାନ୍ୟତା ଅନୁଯାୟୀ ଶନିବାରଟି ପ୍ରଭୁ ଶନିଦେବଙ୍କୁ ଓ ପ୍ରଭୁ ହନୁମାନଙ୍କୁ ସମର୍ପିତ ଅଟେ। ଧାର୍ମିକ ମାନ୍ୟତା ଅନୁଯାୟୀ ପ୍ରଭୁଙ୍କୁ ତେଲ ଅର୍ପଣ କରନ୍ତୁ। ଏହା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
– ଶନିଦେବଙ୍କୁ କର୍ମଫଳର ଦାତା ବୋଲି କୁହାଯାଏ। ଏପରି ମାନ୍ୟତା ରହିଛି ଯେ, ଶନିଦେବ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି। ସର୍ବଦା ଉତ୍ତମ କର୍ମ କରିବାକୁ ଚେଷ୍ଟା କରନ୍ତୁ।
– ଶନିବାର ପ୍ରଭୁ ହନୁମାନଙ୍କୁ ମଧ୍ୟ ସମର୍ପିତ। ତେଣୁ ପ୍ରଭୁ ହନୁମାନଙ୍କୁ ନିଶ୍ଚୟ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ମିଳିଥାଏ। ଜୀବନର ବାଧାବିଘ୍ନ ଦୂର ହୋଇଥାଏ।
– ପ୍ରଭୁଙ୍କୁ ପ୍ରସନ୍ନ କରିବାର ଉପାୟ ………
– ସବର୍ଦା ପ୍ରଭୁ ଶ୍ରୀରାମଙ୍କ ନାମ ଜପ କରନ୍ତୁ।
– ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ।
– ଏହି ଉପାୟ କରିବା ଦ୍ୱାରା ଶନିଙ୍କ କୁପ୍ରଭାବ ମଧ୍ୟ ଦୂର ହୋଇଥାଏ।
– ସମ୍ଭବତଃ ଶନିବାର ଦିନ ସୁନ୍ଦରାକାଣ୍ଡର ପାଠ କରାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଘରର ନିକଟରେ ଲଗାଇଥିବା ଶମି ବୃକ୍ଷ  ନିକଟରେ ପ୍ରତ୍ୟେକ ଶନିବାର ଦୀପ ଲଗାନ୍ତୁ।
ସୋରିଷ ତେଲରେ ଏହି ଦୀପ ଲଗାଇବା ଉଚିତ।
ନିୟମିତ ଭାବେ ଏହି ବୃକ୍ଷର ପୂଜାର୍ଚ୍ଚନା କରିବା ଦ୍ୱାରା ଶନିଙ୍କ ଦଶାରୁ ମୁକ୍ତି ମିଳିଥାଏ।
ଏହି ବୃକ୍ଷର ପତ୍ର ଯେତେ ଅଧିକ ଘନ ହେବ, ଧନସମ୍ପତ୍ତି ସେତେ ପରିମାଣରେ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ।
ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ଜନିତ ସମସ୍ୟା ଥିଲେ, ଏହି ବୃକ୍ଷର ପୂଜା ଏହାର କାଠକୁ କଳା ରଙ୍ଗର ସୂତାରେ ଧାରଣ କଲେ ସମସ୍ୟାରୁ ମୁକ୍ତି ମିଳେ ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories