www.samajalive.in
Tuesday, December 9, 2025
23.1 C
Bhubaneswar

ଲୁଟିନେଲେ ୩କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସିଗାରେଟ

ନିରାକାରପୁର : ନିରାକାରପୁର ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ ହୋଇଥିବା ଅଭିଯୋଗ ମିଳିଛି। ମିଳିଥିବା ସୂଚନା ଅନୁସାରେ କଲିକତାରୁ ବିଜୟୱାଡା ଯାଉଥିବା ଆଇଟିସି କମ୍ପାନୀର ସିଗାରେଟ ବୋଝେଇ ଟ୍ରକକୁ ୬ ଜଣ ଦୁବୁର୍ତ୍ତ ଲୁଟିନେଇଛନ୍ତି। ଶୁକ୍ରବାର ରାତି ୮ଟା ସମୟରେ ୧୬ନମ୍ବର ଜାତୀୟ ରାଜପଥ ନିକଟବର୍ତ୍ତି ରାମେଶ୍ୱର ଠାରେ ଏକ ୧୦ଚକିଆ ଟ୍ରକ ସିଗାରେଟ ବୋଝେଇ ଟ୍ରକ ସମ୍ମୁଖରୁ ବନ୍ଦ କରିଥିଲା। ଏହାପରେ ୬ଜଣ ଦୁବୁର୍ତ୍ତ ମରଣାସ୍ତ୍ର ଦେଖାଇ ସିଗାରେଟ ବୋଝେଇ ଟ୍ରକକୁ ଉକ୍ତ ସ୍ଥାନରୁ ୧କିମି ଦୂର ଜଙ୍ଗଲ ରାସ୍ତାକୁ ନେଇ ଯାଇଥିଲେ। ସେଠାରେ ଟ୍ରକ ଡ୍ରାଇଭରକୁ ଏକ ଗଛରେ ବାନ୍ଧି ୩କୋଟି ଟଙ୍କାରୁ ଊର୍ଦ୍ଧ୍ବ ସିଗାରେଟକୁ ଲୁଟି ନେଇଥିଲେ। ଟ୍ରକ ଡ୍ରାଇଭର ରାତି ୨ଟାରେ ନିଜକୁ ବନ୍ଧକରୁ ମୁକୁଳି ନିକଟସ୍ଥ ଜଙ୍କିଆ ଥାନାରେ ଏକ ଏତଲା ଦେଇଥିଲେ। ନିରାକାରପୁର ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories