www.samajalive.in
Monday, December 8, 2025
14.1 C
Bhubaneswar

ବାଙ୍କୀ ଡବଲ ମର୍ଡର ଘଟଣା : ୧୦ ମାସ ପରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ

ବାଙ୍କୀ/ବୈଦ୍ୟେଶ୍ବର : ବାଙ୍କୀର ବହୁ ଚର୍ଚ୍ଚିତ ଖଜୁରିପଦା ଡବଲ ମର୍ଡର ଘଟଣାରେ ଆଉଜଣେ ଅଭିଯୁକ୍ତ ରଞ୍ଜିତ ପ୍ରଧାନଙ୍କୁ ରବିବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି। ବାଙ୍କୀ ଉପଖଣ୍ଡ ପୁଲିସ ଅଧିକାରୀ ଆଲୋକ ରଞ୍ଜନ ରାୟଙ୍କ ନେତୃତ୍ୱରେ ଏକ ଦଳ ବଡମ୍ବା ଅଞ୍ଚଳରେ ଚଢ଼ଉ କରି ରଞ୍ଜିତଙ୍କୁ ଗିରଫ କରିଛି। ସୋମବାର ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ସହ କୋଭିଡ୍‌ ପରୀକ୍ଷା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ତାର ଜାମିନ ଆବେଦନ ଖାରଜ ହେବାପରେ ବାଙ୍କୀ ଉପକାରାଗାରକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୨୦ ଫେବୃୟାରୀ ୧୫ରେ ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ଜୋକଲାଞ୍ଜି ଜଳସେଚନ ପ୍ରକଳ୍ପ ନିକଟରେ ନୂଆଗାଁ ପଞ୍ଚାୟତ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ବାଇଁ ଏବଂ ଖଜୁରିପଦା ଗ୍ରାମର ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହଙ୍କୁ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ କଟକ ବଡ଼ ଡାକ୍ତରଖାନାରେ ଭଗବାନଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ଆଦିତ୍ୟଙ୍କ ସମ୍ପର୍କୀୟ ଭାଇ ତଥା ଘଟଣାର ପ୍ରତ୍ୟକ୍ଷଦର୍ଶୀ ମାନସ ରଞ୍ଜନ ସିଂ ବାଙ୍କୀ ଥାନାରେ ଅଭିଯୋଗ କରିବାପରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୂର୍ବରୁ ୧୨ଜଣଙ୍କୁ ପୁଲିସ ଗିରଫ କରିଥିଲା। ରଞ୍ଜିତଙ୍କ ଗିରଫ ପରେ ସଂଖ୍ୟା ୧୩ରେ ପହଞ୍ଚିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories