www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶା-ଆନ୍ଧ୍ର ବିବାଦୀୟ ଜମି: ସୀମାନ୍ତ ଜିଲା ରାଜସ୍ବ ନୀରିକ୍ଷକଙ୍କ ମିଳିତ ମାପଚୁପ ଆରମ୍ଭ

ପାରଳାଖେମୁଣ୍ଡି: ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଜମି ବିବାଦର ସମାଧାନ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଉଭୟ ରାଜ୍ୟର ସୀମାନ୍ତ ଜିଲାଗୁଡ଼ିକର ରାଜସ୍ୱ ଅଧିକାରୀମାନେ ମିଳିତ ଭାବେ ମାପଚୁପ ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଏସ.କାବିଟି ଗ୍ରାମର ଚିରିଗୁଡ଼ି ମୌଜାରେ ୧୨ଜଣ ଭୂମିହୀନଙ୍କୁ ୧୨ଏକର ଚାଷଜମି ପ୍ରଦାନ କରାଯାଇଥିଲା। ତେବେ ବର୍ଷ ବର୍ଷ ଧରି ଆନ୍ଧ୍ର ଚାଷୀ ସେହି ଜମିକୁ ଅକ୍ତିଆରରେ ରଖି ଜୋରଜବରଦସ୍ତ ଚାଷ କରି ଆସୁଛନ୍ତି। ପୂର୍ବରୁ ଅନେକ ବାର ଉଭୟପକ୍ଷ ଚାଷୀ ମୁହାଁମୁହିଁ ହୋଇଥିଲେ। ବାରମ୍ବାର ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପରେ ଗଜପତି ଜିଲା ପ୍ରଶାସନର ଏକ ପ୍ରତିନିଧି ଦଳ ଉକ୍ତ ଅଞ୍ଚଳ ଗସ୍ତ କରି ଜମି ଓଡ଼ିଶାର ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ ଜମିରେ ଚାଷ କରିବାକୁ ଓଡ଼ିଶା ଚାଷୀଙ୍କୁ ଦେଉନଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

- Advertisement -

ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ମଣ୍ଡଳର ରାଜସ୍ୱ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ଏବଂ ପାରଳାଖେମୁଣ୍ଡି ତହସିଲଦାରଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗର ବହୁ ଅଧିକାରୀ ମିଳିତ ଭାବେ ବିବାଦୀୟ ଜମିର ମାପଚୁପ ଆଜି ଆରମ୍ଭ କରିଛନ୍ତି। ଏତଦ୍‍ବ୍ୟତୀତ ଉପଜିଲାପାଳ ସଂଗ୍ରାମ କେଶରୀ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମାପଚୁପ ତଦାରଖ କରିବା ସହ ଆନ୍ଧ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା କିଛି ଖୁଣ୍ଟ ପାଇଛୁ, ନକ୍ସା ସହ ମାପଚୁପ ପରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ କହିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories