www.samajalive.in
Monday, December 15, 2025
24.1 C
Bhubaneswar

ମମତାଙ୍କୁ ରାଜ୍ୟପାଳଙ୍କ ଚେତାବନୀ; ‘ନିଆଁ ସହ ଖେଳନାହିଁ’

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବୃଦ୍ଧି ପାଇଥିବା ରାଜନୈତିକ ଛକାପଞ୍ଛା ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟପାଳ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଚିନ୍ତାବ୍ୟକ୍ତ କରିବା ସହିତ ପଶ୍ଚିମବଙ୍ଗରେ ବିରୋଧୀଙ୍କ ପାଇଁ କୌଣସି ସ୍ଥାନ ବଞ୍ଚି ନାହିଁ ବୋଲି କହିଛନ୍ତି।

ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି, ରାଜ୍ୟରେ କିଏ ବାହାର ଲୋକ ? ଏହି ମନ୍ତବ୍ୟର ଅର୍ଥ କ’ଣ ? କ’ଣ ଭାରତୀୟ ନାଗରିକ ବାହାର ଲୋକ ? ମମତାଙ୍କୁ ଏପରି ମନ୍ତବ୍ୟ ଦେବା ଅନୁଚିତ। ମୁଖ୍ୟମନ୍ତ୍ରୀ ନିଆଁ ସହିତ ଖେଳିବା ଉଚିତ ନୁହେଁ ବୋଲି ରାଜ୍ୟପାଳ ଚେତାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ବିଧାନର ପାଳନ କରିବା ଦରକାର।

- Advertisement -

ରାଜ୍ୟପାଳ ମମତାଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ସମ୍ବିଧାନର ଆତ୍ମାର ଧ୍ୟାନ ରଖ। ଭାରତ ଗୋଟିଏ। ଯେବେ ଆପଣ ଏହି ରାସ୍ତାରୁ ବାଟବଣା ହେବେ, ସେବେ ମୋ ଦାୟିତ୍ଵ ଆରମ୍ଭ ହେବ।

ରାଜ୍ୟପାଳ କହିଛନ୍ତି, ନଡ୍ଡାଙ୍କ ଉପରେ ଗତକାଲି ଆକ୍ରମଣ ଘଟଣାକୁ ନେଇ ମୁଁ ରାଜ୍ୟ ଡିଜିପି ଏବଂ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ କରିଥିଲି। ମୁଖ୍ୟ ସଚିବ ମୋତେ କହିଥିଲେ ଯେ, ସେ ରାଜନୈତିକ ଗସ୍ତକୁ ନେଇ ଡିଜିପିଙ୍କୁ ସତର୍କ କରାଇଛନ୍ତି। ଏପରି କି ମୁଁ ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ଲଖିତ ଆକାରରେ ଆଦେଶ ଦେଇଥିଲେ ହେଁ, ସେମାନେ ମୋତେ କୌଣସି ରିପୋର୍ଟ କିମ୍ବା ତଥ୍ୟ ଦେଇ ନ ଥିଲେ। ରାଜ୍ୟ ପୁଲିସ କ’ଣ ‘ରାଜନୈତିକ ପୁଲିସ’ ହୋଇଗଲାଣି କି ବୋଲି ରାଜ୍ୟପାଳ ପ୍ରଶ୍ନ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories