www.samajalive.in
Saturday, December 6, 2025
15.1 C
Bhubaneswar

ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର; ଫିଟନେସ୍ ଟେଷ୍ଟ ପାସ୍ କଲେ ରୋହିତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଆଜି ଜାତୀୟ କ୍ରିକେଟ୍‌ ଏକାଡେମୀ(ଏନସିଏ) ପକ୍ଷରୁ ଫିଟ୍ ଘୋଷଣା କରାଯାଇଛି। ଆଇପିଏଲରେ ଆହତ ହୋଇଥିବା ରୋହିତ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ସିରିଜରୁ ବାଦ୍ ପଡ଼ିଥିଲେ। ବାଙ୍ଗାଲୋରର ଜାତୀୟ କ୍ରିକେଟ୍‌ ଏକାଡେମୀରେ ନିଜର ହଜିଯାଇଥିବା ଫିଟନେସ୍ ଫେରି ପାଇବା ପାଇଁ ହିଟ୍ ମ୍ୟାନ୍ ବହୁତ ପରିଶ୍ରମ କରିଥିଲେ। ତେବେ ତାଙ୍କ ପରିଶ୍ରମର ଫଳ ଆଜି ଆସିଛି। ରୋହିତଙ୍କୁ ଶୁକ୍ରବାର ଫିଟ୍ ବିବେଚିତ କରାଯାଇଛି।

ଉଲ୍ଲେଖ ଯୋଗ୍ୟ, ୟୁଏଇରେ ଆୟୋଜିତ ଆଇପିଏଲ୍‌ରେ ଖେଳୁଥିବା ବେଳେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ। ତେଣୁ ଭାରତ ଫେରିବା ପରେ ସେ ଜାତୀୟ କ୍ରିକେଟ୍‌ ଏକାଡେମୀରେ ଅଭ୍ୟାସ ଜାରି ରଖିଥିଲେ। ରୋହିତ ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରୁ ଶନିବାର ତାଙ୍କୁ ବିସିସିଆଇ ଅଷ୍ଟ୍ରେଲିଆ ପଠାଇବାକୁ ଯୋଜନା ରଖିଛି। ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆୟୋଜିତ ହେବାକୁ ଥିବାବେଳେ ରୋହିତ ଅଷ୍ଟ୍ରେଲିଆ ଗଲେ ଶେଷ ଦୁଇଟି ଟେଷ୍ଟରେ ଭାରତକୁ ପ୍ରତିନିଧିତ୍ବ କରିବାର ସମ୍ଭାବନା ରହିଛି। କରୋନା ଭୂତାଣୁ ସଂକ୍ରମଣ ସମୟ​ରେ ରୋହିତ ଅଷ୍ଟ୍ରେଲିଆ ଗଲେ ସେ​‌ ସିଧାସଳଖ ଭାରତୀୟ ଦଳ ସହ ଯୋଗ ଦେଇ ପାରିବେ ନାହିଁ। ତାଙ୍କୁ ପ୍ରଥମେ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ପଡ଼ିବ। ଏହାପରେ ନେଟ୍‌ସରେ ଅଭ୍ୟାସ କରି ସେ ଭାରତୀୟ ଦଳ ତରଫରୁ ଟେଷ୍ଟ ଖେଳିପାରିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୭ରୁ ଆଡିଲେଡ୍‌ରେ ଖେଳାଯିବାକୁ ଥିବାବେଳେ ଦ୍ବିତୀୟ ଟେଷ୍ଟ ଆସନ୍ତା ୨୬ରୁ ମେଲବୋର୍ଣ୍ଣରେ ଖେଳାଯିବ। ତୃତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୭ରୁ ସିଡନୀରେ ଖେଳାଯିବାକୁ ଥିବା ବେଳେ ରୋହିତ ସେହି ଟେଷ୍ଟ ମ୍ୟାଚ୍‌ରେ ଖେଳିବାର ଆଶା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories