www.samajalive.in
Wednesday, December 10, 2025
15.1 C
Bhubaneswar

ଷ୍ଟୋଭରୁ ନିଆଁ ଲାଗି ସ୍ତ୍ରୀ ଗୁରୁତର, ସ୍ୱାମୀ ଆହତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଠାକୁରମୁଣ୍ଡା ଗ୍ରାମ ମନ୍ଦିର ସାହିରେ ଗୁରବାର ରାତି ପ୍ରାୟ ୮ ଟା ସମୟରେ ଘରେ ରୋଷେଇ କରୁଥିବା ବେଳେ ଷ୍ଟୋଭରୁ ନିଆଁ ଲାଗି ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି। ନିଆଁରେ ଜଳି ଯାଉଥିବା ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ଆହତ ହୋଇଛନ୍ତି। ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ଲୋକେ ଭର୍ତ୍ତି କରିଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ମହିଳାଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି।

ପରିବାର ସଦସ୍ୟମାନଙ୍କ କହିବା ଅନୁଯାୟୀ, ମିଲୁ ମୁଖୀଙ୍କ ସ୍ତ୍ରୀ ବନିତା ମୁଖୀ (୨୦ବର୍ଷ) ଘରେ ଷ୍ଟୋଭରେ ରୋଷେଇ କରୁଥିବା ବେଳେ ହଠାତ ନିଆଁ ଉଠି ତାଙ୍କ ଶାଢ଼ୀର ଲାଗି ଯିବାରୁ ସେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଘର ବାହାରେ ଥିବା ସ୍ୱାମୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ତ୍ରୀ’ ଶରୀରର ପ୍ରାୟ ୮୦% ନିଆଁରେ ପଡିଯାଇଥିବା ବେଳେ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ମୀଲୁ ର ଦୁଈ ହାତ ଓ ଗୋଡ କିଛି ଅଂଶ ପୋଡିଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories