www.samajalive.in
Sunday, December 7, 2025
26.1 C
Bhubaneswar

କୁଣ୍ଡ ପାଣିରେ ବାଘ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଏବେ କିଛି ଭାଇରାଲ ହେଉଥିବା ଭିଡିଓ ବେଶ ଲୋକପ୍ରିୟ ହେବାକୁ ଲାଗୁଛି। ଲୋକେ ଭାଇରାଲ ଭିଡିଓକୁ ଦେଖିବା ସହ ଏହାକୁ ପସନ୍ଦ ଓ ସେୟାର ମଧ୍ୟ କରୁଛନ୍ତି। ଭିଡିଓଟି ଯଦି ମଜାଳିଆ ଅଥବା ଜୀବଜନ୍ତୁଙ୍କ ଗତିବିଧି କିମ୍ବା ସେମାନଙ୍କ କୌତୁକିଆ କାମର ହୋଇଥାଏ, ତେବେ ଲୋକେ ଏହାକୁ ଦେଖିବାକୁ ଖୁବ ପସନ୍ଦ କରିଥାଆନ୍ତି। ଏଭଳି ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି।
ଖରାଦିନରେ ଜୀବଜନ୍ତୁଙ୍କୁ ନଦୀ, ପୋଖରୀ ନିକଟରେ ଦେଖିବା, ପାଣି ପିଇବା, ବସିବା ଭଳି ଦେଖିବା ସାଧାରଣ କଥା। ମାତ୍ର ଆପଣ କେବେ ବାଘ ଭଳି ଜନ୍ତୁକୁ ଗାଧୋଇବା ଟବରେ ଗାଧୋଇବା ଦେଖିଛନ୍ତି କି? କିଛିଦିନ ତଳେ ଏଭଳି ହିଁ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ସମ୍ପୂର୍ଣ୍ଣ ଦେଖାଯାଉଛି ଏକ ଶାନ୍ତ ଜଙ୍ଗଲରେ ହଠାତ ଏକ ବାଘ ଦେଖାଯାଉଛି। ନିକଟରେ ଥିବା ଏକ କୁଣ୍ଡ ପାଣିକୁ ଯାଇ ଖୁବ ଖେଳିବା ସହ ଏହାର ମଜା ନେଉଛି।
ଏହି ଦୃଶ୍ୟ କର୍ଣ୍ଣାଟକର କୁର୍ଗର। ଭିଡିଓରେ ଦେଖାଯାଉଛି, ବାଘଟି ହଠାତ ଆସି ନିଜ ଚାରି ପାଖକୁ ଦେଖୁଛି। ଏହାପରେ କୁଣ୍ଡର ଚାରିପାଖରେ ବୁଲୁଛି। ପରେ କୁଣ୍ଡ ମଧ୍ୟକୁ ଡେଇଁ ଖେଳିବାକୁ ଆରମ୍ଭ କରୁଛି। ସୋସିଆଲ ମିଡ଼ିଆରେ ଏବେ ଏହି ଭିଡିଓ ଖୁବ ଭାଇରାଲ ହେଉଛି।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories