www.samajalive.in
Wednesday, December 10, 2025
15.1 C
Bhubaneswar

ହୋଟେଲ କୋଠରୀରୁ ମିଳିଲା ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତଦେହ

ଚେନ୍ନଇ : ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଏକ ହୋଟେଲ କୋଠରୀରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ଦକ୍ଷିଣ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଭିଜେ ଚିତ୍ରାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
କୁହାଯାଉଛି ଯେ, ଚିତ୍ରା ରାତି ପ୍ରାୟ ୨ଟା ୩୦ ସମୟରେ ଶୁଟିଂ ସାରି ହୋଟେଲକୁ ଫେରିଥିଲା। ସେ ତାଙ୍କ ସ୍ବାମୀଙ୍କ ସହ ହୋଟେଲରେ ରହୁଥିଲେ। ସେ ନିକଟରେ ଚେନ୍ନଇର ଜଣେ ବଡ ବ୍ୟବସାୟୀ ହେମନ୍ତ ରବିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ଚିତ୍ରା ଅବସାଦ ରୋଗର ଶିକାର ହୋଇଥିଲେ, ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି।
ଚିତ୍ରାଙ୍କ ସ୍ବାମୀ ହେମନ୍ତ ପୁଲିସକୁ କହିଛନ୍ତି ଯେ, ଶୁଟିଂ ସାରି ଚିତ୍ରା ହୋଟେଲରେ ପହଞ୍ଚିବା ପରେ ଗାଧୋଇବାକୁ ଯାଇଥିଲେ। ସେ ଅଧିକ ସମୟ ଗାଧୁଆ ଘରେ ରହିବାରୁ ହେମନ୍ତ ଏନେଇ ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲେ। ନକଲ ଚାବିରେ କବାଟ ଖୋଲିବା ପରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୁଲିସ ଚିତ୍ରାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories