www.samajalive.in
Monday, December 15, 2025
24.1 C
Bhubaneswar

ଜୋହାନ୍‍ସବର୍ଗ ଘୋଷଣାନାମା : ଆନ୍ତର୍ଜାତିକ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ଉପରେ ଗୁରୁତ୍ବ

ଜୋହାନ୍‍ସବର୍ଗ : ବ୍ରିକ୍‍ସ ଶିଖର ସମ୍ମିଳନୀ ଶେଷରେ ଜୋହାନ୍‍ସବର୍ଗ ଘୋଷଣାନାମା ପ୍ରକାଶ ପାଇଛି। ଗଣତନ୍ତ୍ରର ସୁରକ୍ଷା ଓ ସାମୂହିକ ବିକାଶ, ଜାତିସଂଘ ସନନ୍ଦର କାର୍ଯ୍ୟକାରିତା ଓ ଆଇନ ପ୍ରତି ସମ୍ମାନ ପ୍ରଦର୍ଶନ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରାଯାଇଛି।

ବ୍ରାଜିଲ୍‍, ରୁଷ୍‍, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ଏହି ତିନିଦିନିଆ ଶିଖର ବୈଠକର ଦ୍ୱିତୀୟ ଦିନରେ ଏକତରଫା ସୁରକ୍ଷାବାଦୀ ନୀତି ବିପକ୍ଷରେ ସଂଗ୍ରାମ କରିବାକୁ ଗୁରୁବାର ଏକମତ ହୋଇଛନ୍ତି। ବ୍ରିକ୍‍ସ ସଦସ୍ୟ ଦେଶଗୁଡ଼ିକର ନେତାମାନେ ନୀତିଭିତ୍ତିକ ସ୍ୱଚ୍ଛ, ପାତରଅନ୍ତର ବିହୀନ, ଉନ୍ମୁକ୍ତ ତଥା ସାମୂହିକ ବହୁ ରାଷ୍ଟ୍ରୀୟ ବାଣିଜ୍ୟ ବ୍ୟବସ୍ଥାକୁ ସମର୍ଥନ ଜଣାଇଛନ୍ତି। ଜୋହାନ୍‍ସବର୍ଗ ଘୋଷଣାନାମାରେ ଦୁର୍ନୀତି ଓ ଅର୍ଥନୈତିକ ଅପରାଧି ଏବଂ ପଳାତକମାନଙ୍କ ପ୍ରତ୍ୟର୍ପଣ ତଥା ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ ପାଇଁ ଆହ୍ୱାନ ଦିଆଯାଇଛି । ଘୋଷଣାନାମାରେ ମଧ୍ୟ ଆନ୍ତର୍ଜାତିକ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ଓ ଆନ୍ତର୍ଜାତିକ ଆତଙ୍କବାଦ ଉପରେ ସ୍ବାକ୍ଷରିତ ବ୍ୟାପକ ରାଜିନାମା ଶୀଘ୍ର କାର୍ଯ୍ୟକାରିତା ପାଇଁ ଆହ୍ୱାନ ଦିଆଯାଇଛି।

- Advertisement -

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶମ ଶିଖର ବୈଠକରେ ଉଦ୍‍ବୋଧନ ଦେଇଥିଲେ। ସେ କହିଥିଲେ, ଚତୁର୍ଥ ଶିଳ୍ପ ବିପ୍ଳବ ବ୍ରିକ୍‍ସ ସଦସ୍ୟ ଦେଶମାନଙ୍କପାଇଁ ଉଭୟ ସୁଯୋଗ ଓ ଚ୍ୟାଲେଞ୍ଜମାନ ଆଣିଦେଇଛି। ଶ୍ରୀ ମୋଦୀ କହିଥିଲେ, ଚତୁର୍ଥ ଶିଳ୍ପ ବିପ୍ଳବର ସୁବିଧା ପାଇବାପାଇଁ ଦକ୍ଷତା ବୃଦ୍ଧି ଓ ବୃତ୍ତିଗତ ତାଲିମ୍‍ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ତାଙ୍କ ଉଦ୍‍ଯାପନୀ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ, ବ୍ରିକ୍‍ସ ଦେଶମାନଙ୍କୁ ପରସ୍ପର ମଧ୍ୟରେ ସର୍ବୋତ୍କୃଷ୍ଟ ନୀତି ଓ ବ୍ୟବସ୍ଥାଗୁଡ଼ିକର ଆଦାନ ପ୍ରଦାନ କରିବାକୁ ହେବ। ବ୍ରିକ୍‍ସ ଶିଖର ବୈଠକରେ ଯୋଗ ଦେବା ଅବସରରେ ସେ ଚୀନ୍‍, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା ଓ ଆଙ୍ଗୋଲାର ନେତାମାନଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିଥିଲେ।  ଗତ ତିନି ମାସ ଭିତରେ ଶ୍ରୀ ମୋଦୀଙ୍କର ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗଙ୍କ ସହ ଏହା ତୃତୀୟ ବୈଠକ। ଶନିବାର ବ୍ରିକ୍‍ସ ଶିଖର ବୈଠକର ଶେଷ ଦିନରେ ଗତ ୧୦ ବର୍ଷ ଭିତରେ ହାସଲ କରାଯାଇଥିବା ଅଗ୍ରଗତିକୁ ବ୍ରିକ୍‍ସ ନେତାମାନେ ସମୀକ୍ଷା କରୁଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories