ରାଉରକେଲା: ରାଉରକେଲା ପଣ୍ଡାକଲୋନୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଭଡା ଘରୁ ଜଣେ ନାବାଳିକାଙ୍କ ପୋଡା ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତର ପଟୁ କବାଟ ବନ୍ଦ ରହିଥିବା ବେଳେ ପୁଲିସ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। ମୃତ ନାବାଳିକାଙ୍କ ଘର ଭଦ୍ରକ ଓ ସେ ମାମୁ ମାଇଁ ଘରେ ରହୁଥିବା ଜଣାପଡିଛି। ତେବେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବା ତାଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
Popular Categories



