www.samajalive.in
Sunday, December 7, 2025
23.1 C
Bhubaneswar

ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ; ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ

ପୁରୀ : ମହାପ୍ରଭୁଙ୍କୁ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି। ବେଶ ସମ୍ପନ୍ନ ହୋଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଶେଷ ହେଲା ବେଶ। ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ। ଦୁର୍ଲ୍ଲଭ ବେଶରେ ଜଗାବଳିଆ ସଜ୍ଜିତ ହୋଇଛନ୍ତି। ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ସଜେଇ ହୋଇଛନ୍ତି ବୀର ବେଶରେ। ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ମଉଡ଼ମଣୀ। ଦୁଇ ଠାକୁରଙ୍କ ମସ୍ତକରେ ଶୋଭିତ ହେଉଛି ହାଣ୍ଡିଆ। ଢେଣୁ, ଶିଙ୍ଗା, ତୁଣୀର, ବାଘନଖ ଓ ଖଣ୍ଡା ଆଦି ମହାପ୍ରଭୁ ଧାରଣ କରିଛନ୍ତି। ସେବାୟତଙ୍କ ସଂଖ୍ୟା ଓ ସୁନା ମଣତି ନେଇ ବିଳମ୍ବ ହୋଇଥିଲା ମହାପ୍ରଭୁଙ୍କ ବେଶ। ଆଲୋଚନା ପରେ ସାମାନ୍ୟ ବିଳମ୍ବରେ ଶେଷ ହୋଇଛି ମହାପ୍ରଭୁଙ୍କ ବେଶ। ସହଯୋଗ ପାଇଁ ସମସ୍ତଙ୍କୁ ହୃଦୟରୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି।
ମାତ୍ର ଚଳିତ ବର୍ଷ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି । କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଖିରେ ଭରି ଯାଇଛି ଅଶ୍ରୁ। କେବଳ ହୃଦୟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସମସ୍ତ ଦୁଃଖ ଦୂର ପାଇଁ ସଭିଏଁ କାମନା କରୁଛନ୍ତି।

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories