ପ୍ରତ୍ୟେକ ଶନିବାର ଶମି ବୃକ୍ଷ ନିକଟରେ ଦୀପ ଲଗାନ୍ତୁ
ପ୍ରତ୍ୟେକ ଦିନ ୧୦୮ ଥର ଶନିଦେବଙ୍କ ସରଳ ମନ୍ତ୍ରକୁ ଜପ କରନ୍ତୁ।
ଶୁକ୍ରବାର ରାତିରେ ୧ କିଲୋରୁ ଅଧିକ ଚଣାକୁ ପାଣିରେ ବତୁରାଇ ରଖନ୍ତୁ। ଶନିବାର ଦିନ ସେହି ଚଣାକୁ କଳା ରଙ୍ଗର କପଡ଼ା, କିଛି କୋଇଲା, ଅଳ୍ପ ସିନ୍ଦୂର, ଗୋଟିଏ ଟଙ୍କା ରଖି ଏହାକୁ ନଦୀରେ ଭସାଇ ଦିଅନ୍ତୁ। ଏପରି ଲଗାତର ଆଠଟି ଶନିବାର କରନ୍ତୁ।
ଶନିଦେବଙ୍କ ଯେକୌଣସି ମନ୍ଦିରକୁ ଯାଇ ପ୍ରଭୁଙ୍କ ନିକଟରେ ତେଲାଭିଷେକ କରନ୍ତୁ।
ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ନିୟମିତ ସକାଳେ ଓ ସନ୍ଧ୍ୟାରେ ହନୁମାନ ଚାଲିସା ପାଠ କରନ୍ତୁ। ଏପରି କରିବା ଦ୍ୱାରା ମଙ୍ଗଳ ଓ ଶନି ଶାନ୍ତ ରୁହନ୍ତି ଓ ଭଗବାନଙ୍କ ବିଶେଷ କୃପା ମିଳେ।
ପ୍ରତ୍ୟେକ ଶନିବାର କିମ୍ବା ମାସକୁ ଥରେ ଘରେ ସୁନ୍ଦରାକାଣ୍ଡର ପାଠ ନିଶ୍ଚୟ କରାନ୍ତୁ।
କୁହାଯାଇଥାଏ ଯେ, ପ୍ରଭୁ ଶ୍ରୀରାମ ଲଙ୍କା ଉପରେ ଆକ୍ରମଣ କରିବା ପୂର୍ବରୁ ଶମି ବୃକ୍ଷର ପୂଜା କରିଥିଲେ।
ପାଣ୍ଡବମାନେ ଅନ୍ତବାସ ସମୟରେ ନିଜର ଅସ୍ତ୍ରଶସ୍ତ୍ର ଏହି ବୃକ୍ଷ ନିକଟରେ ଲୁଚାଇଥିଲେ। ତେଣୁ ଏହି ବୃକ୍ଷକୁ ଅଦ୍ଭୁତ ଶକ୍ତିର ପ୍ରତୀକ ବୋଲି କୁହାଯାଏ।
ଯେକୌଣସି ଭୂମିର ମାଟିରେ ଏହି ବୃକ୍ଷ ବଢିଥାଏ।
ଏହି ବୃକ୍ଷରେ ଛୋଟ ଛୋଟ କଣ୍ଟା ମଧ୍ୟ ଅଛି, ଯେଉଁ କାରଣରୁ ଏହି ବୃକ୍ଷର କୌଣସି ଜୀବଜନ୍ତୁଙ୍କ ଦ୍ୱାରା କ୍ଷତି ହୋଇପାରେ ନାହିଁ।
ଏହାର କଠୋର ଗୁଣ ଓ ଶାନ୍ତ ସ୍ୱଭାବ କାରଣରୁ ଏହାର ସମ୍ବନ୍ଧ ଶନିଗ୍ରହଙ୍କ ସମ୍ବନ୍ଧିତ ବୋଲି କୁହାଯାଏ।
ଏହି ବୃକ୍ଷ ସ୍ଥାପନା କିପରି କରିବେ
ଶମି ବୃକ୍ଷକୁ ବିଜୟାଦଶମୀ ଦିନ ଲଗାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।
ଏହାକୁ ଶନିବାର ଦିନ ମଧ୍ୟ ଲଗାଇ ପାରିବେ। ଏହାକୁ ମାଟିରେ କିମ୍ବା ଫୁଲ କୁଣ୍ଡରେ ଘରର ମୁଖ୍ୟ ଦ୍ୱାର ନିକଟରେ ଲଗାଇ ପାରିବେ।
ସକାଳ ସମୟରେ ଏହି ବୃକ୍ଷ ନିକଟରେ ଜଳ ଅର୍ପଣ କରିବା ଉଚିତ।
କେଉଁ ଉପାୟରେ ଏହି ବୃକ୍ଷର ପୂଜା କଲେ ମିଳେ ଶୁଭଫଳ
ଘରର ନିକଟରେ ଲଗାଇଥିବା ଏହି ବୃକ୍ଷ ନିକଟରେ ପ୍ରତ୍ୟେକ ଶନିବାର ଦୀପ ଲଗାନ୍ତୁ।
ସୋରିଷ ତେଲରେ ଏହି ଦୀପ ଲଗାଇବା ଉଚିତ।
ନିୟମିତ ଭାବେ ଏହି ବୃକ୍ଷର ପୂଜାର୍ଚ୍ଚନା କରିବା ଦ୍ୱାରା ଶନିଙ୍କ ଦଶାରୁ ମୁକ୍ତି ମିଳିଥାଏ।
ଏହି ବୃକ୍ଷର ପତ୍ର ଯେତେ ଅଧିକ ଘନ ହେବ, ଧନସମ୍ପତ୍ତି ସେତେ ପରିମାଣରେ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ।
ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ଜନିତ ସମସ୍ୟା ଥିଲେ, ଏହି ବୃକ୍ଷର ପୂଜା ଏହାର କାଠକୁ କଳା ରଙ୍ଗର ସୂତାରେ ଧାରଣ କଲେ ସମସ୍ୟାରୁ ମୁକ୍ତି ମିଳେ ବୋଲି କୁହାଯାଇଛି।
Comments are closed.