www.samajalive.in
Monday, December 15, 2025
24.1 C
Bhubaneswar

କାର ସହ ବାଇକ ଧକ୍କା : ୨ ମୃତ, କ୍ଷତିପୂରଣ ବାବିରେ ଜାତୀୟ ରାଜପଥ ଅବରୋଧ

ମୋହନା : ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ନିକଟ କପୁରିପଟ୍ଟା ଛକଠାରେ ଏକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ରା.ଉଦୟଗିରି ପଟୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଇନୋଭା କାର ସହ ଚାନ୍ଦିପୁଟରୁ ଚନ୍ଦ୍ରଗିରି ଅଭିମୁଖେ ଯାଉଥିବା ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ଯାଉଥିବା ଦୁଇ ଆରୋହୀ ଚାନ୍ଦିପୁଟ ଗ୍ରାମ ଖ୍ରୀଷ୍ଟିଆନ ସାହିର ଇସାକ ବିଷୋୟୀ(୧୯) ଓ ରା.ଉଦୟଗିରି ଥାନା ଅନ୍ତର୍ଗତ ଖମ୍ବାରି ସାହିର ଶକ୍ତି ଯେନା। ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଶକ୍ତି ଯେନାଙ୍କର ମୃତ୍ୟୁ ଘଟିଥିବାବେଳେ ଆରୋହୀ ଇସାକ ବିଷୋୟୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡିକଲ୍ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏହି ପରିପେକ୍ଷୀରେ କ୍ଷତିପୂରଣ ଦାବୀରେ ରା.ଉଦୟଗିରି ଥାନା ଅନ୍ତର୍ଗତ ଖମ୍ବାରି ସାହିର ପ୍ରାୟ ୧୦୦ରୁ ଅଧିକ ମହିଳା ଓ ପୁରୁଷ ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକତ୍ରିତ ହୋଇ ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ମୃତ ଶକ୍ତି ଜେନାଙ୍କର ସ୍ତ୍ରୀ ଝିନିମା ଜେନା ତାଙ୍କର ଏକ ମାସ ୧୫ ଦିନର ଝିଅକୁ ଧରି ଜାତୀୟ ରାଜପଥରେ କୋହଭରା କଣ୍ଠରେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଅବରୋଧ ଯୋଗୁଁ ଉଭୟ ପାଶ୍ଵରେ ଅନେକ ଗାଡି ଅଟକି ରହିଥିଲା।

ଘଟଣାସ୍ଥଳରେ ମୋହନା ତହସିଲଦାର୍ କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଓ ରା.ଉଦୟଗିରି ଏସ୍‌ଡ଼ିପିଓ ଦିଲ୍ଲିପ ନାୟକ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରି ଜିଲ୍ଳା ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ସେହିପରି ଇସାକ୍ ବିଷୋୟୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଚାନ୍ଦିପୁଟ ଖ୍ରୀଷ୍ଟିଆନ ସାହିର ୧୦୦ରୁ ଅଧିକ ମହିଳା ଓ ପୁରୁଷ ଜାତୀୟ ରାଜପଥ ଅବରୋଧ କରି ଟାୟାର ଜାଳି କ୍ଷତିପୂରଣ ଦାବୀ କରିଥିଲେ। ସେଠାରେ ସ୍ଥାନୀୟ ତହସିଲଦାର ପହଞ୍ଚି ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରି ପ୍ରଶାସନର ନିୟମ ମୁତାବକ ସାହାଯ୍ୟ କରାଯିବ ବୋଲି ଆଶ୍ୱାସନା ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଥିଲା। ଏ ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ସେ ପ୍ରଶାସନର ନିୟମ ମୁତାବକ ସମସ୍ତ ସାହାଯ୍ୟ ଓ ସହଯୋଗ କରାଯିବା ସହ କାର ମାଲିକଙ୍କ ସହ ଯୋଗାଯୋଗ କରି  ଯଥା ଶୀଘ୍ର କ୍ଷତି ପୂରଣ ଉଭୟ ପରିବାରକୁ  ଦେବା ପାଇଁ ସହଯୋଗ କରାଯିବ ବୋଲି କହିଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories