www.samajalive.in
Tuesday, December 9, 2025
16.1 C
Bhubaneswar

ନୂତନ ତହସିଲ୍‍ଦାରଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ/ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକରେ ନୂତନ ତହସିଲ୍‍ଦାର ଭାବେ କଳାକୃଷ୍ଣ ପ୍ରଧାନ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗଂଜାମ ଜିଲା କୁକୁଡ଼ାଖଣ୍ଡି ତହସିଲର ଅତିରିକ୍ତ ତହସିଲ୍‍ଦାର ଭାବେ କାର୍ଯ୍ୟକରୁଥିଲେ। ପଦୋନ୍ନତି ପାଇ ଆଜି ସେ ତହସିଲ୍‍ଦାର ଭାବେ ଯୋଗଦେଇଛନ୍ତି। ଏହା ପୂର୍ବରୁ ଦାରିଙ୍ଗବାଡି ତହସିଲ୍‍ଦାର ଭାବେ ଥିବା ନିତିଶ୍‍ କୁମାର ତ୍ରିପାଠୀଙ୍କର ଗଂଜାମ ଜିଲାର ପୁରୁଷୋତ୍ତମପୁର ତହସିଲ୍‍ କାର୍ଯ୍ୟାଳୟକୁ ତହସିଲ୍‍ଦାର ଭାବେ ବଦଳି ହୋଇଛି। ଆଜି ନୂତନ ତହସିଲଦାର ଶ୍ରୀ ପ୍ରଧାନ ଯୋଗଦେବା ପରେ କାର୍ଯ୍ୟାଳୟର କର୍ମଚାରୀ ମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିବା ବେଳେ ଏହି ଅବସରରେ ଶ୍ରୀ ପ୍ରଧାନ ଅଞ୍ଚଳରେ ଚୋରାବାଲି ତଥା ଚୋରା ପଥର କାରବାର ରୋକିବା ସହିତ ଛାତ୍ରଛାତ୍ରୀ ମାନଙ୍କର ଜାତିଗତ ପ୍ରମାଣପତ୍ର , ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଭଳି ସମସ୍ତ ପ୍ରମାଣପତ୍ର ଯେଭଳି ଭାବେ ସାଧାରଣ ଜନତା ତୁରନ୍ତ ପାଇ ପାରିବେ ସେ ଦିଗରେ ଗୁରୁତ୍ୱ ଦେବି ବୋଲି ମତ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories