www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଧୁକ ମୁନରେ ଟ୍ରକ ଲୁଟ, ଡ୍ରାଇଭର ମୁହଁକୁ ବାନ୍ଧି ବାଙ୍ଗିରିପୋଷି ଘାଟିରେ ଫିଙ୍ଗି ଦେଲେ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ଛକ ନିକଟରୁ ବୁଧବାର  ଡକାୟତ ଦଳ ବନ୍ଧୁକ ମୁନରେ ଏକ ୧୪ ଚକିଆ ଟ୍ରକ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ଟ୍ରକ ମାଲିକ ଝାଡ଼ଖଣ୍ଡ ରାଜ୍ୟ ହଜାରିବାଗ ଜିଲ୍ଲା ବାରକଠାର ଗୌରୀ ଶଙ୍କର ସାହୁ ଗୁରୁବାର ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଖବରରୁ ପ୍ରକାଶ ଯେ ଗତକାଲି ଖଡ଼ଗପୁରରେ ଆଇରନ୍ ଅନଲୋଡ୍ କରି ବଡ଼ବିଲକୁ ଫେରୁଥିବା ୧୪ ଚକିଆ ଟାଟା ଟ୍ରକ ଟିକୁ ବୁଧବାର ରାତି ସାଢ଼େ ୧୦ଟା ରେ ତୁରୁମୁଙ୍ଗା ହାତୀବାରି ଛକ ଏଚପି ପେଟ୍ରୋଲ ପମ୍ପ ନିକଟରେ ରଖି ଏହାର ଡ୍ରାଇଭର ହଜାରିବାଗ ବାରକଠାର ବିଜୟ ଯାଦବ (୨୭) ଢାବାରେ ଖାଇବା ପରେ ଆସି ଗାଡିରେ ଶୋଇଥିଲେ । ଏହି ଗାଡିଟିକୁ ଯଶିପୁରରୁ ପିଛା କରୁଥିବା ଏକ ଚାରିଚକିଆ ଗାଡ଼ିରେ ଡକାୟତ ମାନେ ସୁବିଧା ସୁଯୋଗ ଉଣ୍ଡି ରାତି ପାଖାପାଖି ଅଢେ଼ଇଟା ସମୟରେ ଗାଡ଼ି ନିକଟକୁ ଯାଇ ଡ଼୍ରାଇଭରଙ୍କୁ ଡାକିବା ପରେ ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇବା ସହ ତାଙ୍କ ମୁଣ୍ଡ ଓ ହାତ କମଳ ଘୋଡାଇ ବାନ୍ଧି ଦେଇଥିଲେ। ବନ୍ଧା ଯାଇଥିବା ଡ୍ରାଇଭରଙ୍କୁ ଟ୍ରକରେ ପକାଇ ଡକାୟତ ମାନେ ଟ୍ରକ ଟିକୁ କଲିକତା ଆଡ଼କୁ ନେଇ ପଳାଇ ଯାଇଥିଲେ। ତେବେ ବାଟରେ ବାଙ୍ଗିରିପୋଷି ଘାଟି ନିକଟରେ ଡ୍ରାଇଭରକୁ ଫିଙ୍ଗି ଦେଇ ଟ୍ରକଟି ନେଇ ଫେରାର ହୋଇଯାଇଥିଲେ। କୌଣସି ମତେ ଡ୍ରାଇଭର ଜଣଙ୍କ ଅନ୍ୟ ମାନଙ୍କ ସହାୟତାରେ ଉଦ୍ଧାର ହେଲା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ଜିପିଏସ୍ ସିଷ୍ଟମରୁ ଗାଡିଟି ଆଜି ଅପରାହ୍ନରେ ହଳଦିଆ ପୋର୍ଟରେ ଥିବା ଜଣାପଡିଥିବାରୁ ତୁରୁମୁଙ୍ଗା ପୁଲିସ ସେଠାକାର ପୋଲିସ ସହ ଯୋଗାଯୋଗ କରୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories