www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶାର କ୍ଷୁଦ୍ର ଚିତ୍ରକୁ ୩ ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର : କରୋନା ଉପରେ ଆଧାରିତ ଓଡ଼ିଶାର କ୍ଷୁଦ୍ର ଚଳଚ୍ଚିତ୍ର ‘ୱାରିଅର୍‌ସ ୱାର୍‌ ୱିଦିନ୍‌’କୁ ୩ଟି ଆନ୍ତର୍ଜାତିକ ପୁରସ୍କାର ମିଳିଛି। ଲସ୍‌ ଏଞ୍ଜେଲ୍‌ସ, ଭୁଟାନ ଓ ସିଙ୍ଗାପୁରରେ ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚିତ୍ର ପୁରସ୍କୃତ ହେବା ସହ ଓଡ଼ିଶାର ଗୌରବ ବଜାୟ ରଖିଛି। ଏହା ସହିତ ନିୟୁର୍କ, ତୁର୍କୀର ଗୋଲଡେନ ବ୍ରିଜ୍‌ ଇସ୍ତାନବୁଲ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଓ ଆନାଟୋଲିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମଧ୍ୟ ଏହି ଚିତ୍ର ମନୋନୀତ ହୋଇଛି।
କରୋନା ଯୋଦ୍ଧା (ନର୍ସ)ଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଆଧାରିତ ହୋଇଛି ଏହି ଚିତ୍ର। ୧୨ ମିନିଟ୍‌ ୨୨ ସେକେଣ୍ଡ ଅବଧିର ଏହି ନିରବ ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଗାୟତ୍ରୀ ରଥ। ନିର୍ମାତା, ନିର୍ଦେଶକ, ଲେଖକ ଓ ଅଭିନେତା ଭାବେ ଏଥିରେ କାର୍ଯ୍ୟ କରିଛନ୍ତି ଅଧ୍ୟାପକ ଗଜେନ୍ଦ୍ର କୁମାର ପାଢ଼ୀ। ଗଞ୍ଜାମ ଜିଲା ଖଲିକୋଟରେ ଜନ୍ମିତ ଶ୍ରୀ ପାଢ଼ୀ ସମ୍ପ୍ରତି ଭୁବନେଶ୍ବରସ୍ଥିତ ବି.କେ ଆର୍ଟ କଲେଜରେ କାର୍ଯ୍ୟରତ ଅଛନ୍ତି। ଏକ ସୁନ୍ଦର କାହାଣୀକୁ ଭାବ ମାଧ୍ୟମରେ ଦର୍ଶକଙ୍କୁ ଛୁଇଁ ପାରିଥିବା ଲେଖକ ଓ ନିର୍ଦେଶକ ଶ୍ରୀ ପାଢ଼ୀ କହିଛନ୍ତି, କୋଭିଡ ସମୟର ନିୟମାବଳୀକୁ ସଠିକ୍‌ ରୂପେ ପାଳନ କରି ମାତ୍ର ଗୋଟିଏ ଦିନରେ ଏହି ଚିତ୍ରର ସୁଟିଂ ସମ୍ପନ୍ନ କରିବା ଏକ ଆହ୍ବାନ ହୋଇଥିଲା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories