www.samajalive.in
Monday, December 15, 2025
24.1 C
Bhubaneswar

ଟେକ୍ ମହିନ୍ଦ୍ରା ଫାଉଡେସନ ଓ ପିକକ୍‍ ପକ୍ଷରୁ ୩୫୦ ବିପନ୍ନ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର: ଟେକ୍ ମହିନ୍ଦ୍ରା ଫାଉଡେସନ ଓ ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ପିପୁଲସ୍‍ କଲଚରାଲ ସେଣ୍ଟର (ପିକକ୍‍), ପକ୍ଷରୁ କୋଭିଡ ମହାମାରୀରେ ବିପନ୍ନ ହୋଇ ପଡିଥିବା ୩୫୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ଓ ଭୁବନେଶ୍ୱର ବ୍ଲକର କୁଜିମହଲ ଓ ସୁନ୍ଦରପୁର ଗ୍ରାମର ୧୧୪ ପରିବାର, ବାଲିଅନ୍ତା ବ୍ଲକର ନବାତୀ ଗ୍ରାମର ୩୮ ପରିବାର, ଭୁବନେଶ୍ୱର ବସ୍ତିର ୧୨୮ ପରିବାର, ୭୦ ଜଣ କଳାକାର ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ।

 

- Advertisement -

ଓଡିଶାରେ ସାମାଜିକ ସଚେତନତା ସୃଷ୍ଟି କରୁଥିବା ‘ପପେଟ’ ସଙ୍ଗଠନ ପଥପ୍ରାନ୍ତ ନାଟକ କଳାକାରମାନଙ୍କୁ ଚିହ୍ନଟ କରିବାରେ ସହଯୋଗ କରିଥିଲେ ଓ ଖାଦ୍ୟ ସାମଗ୍ରୀ ମଧ୍ୟରେ ୧୦ କିଲୋ ଚାଉଳ୍, ୧ କେଜି ଡାଲି, ୧ କେଜି ଚିନି, ୩ କେଜି ଚୁଡା, ୨ ଲିଟର ତେଲ୍, ୫ କେଜି ଅଟା, ୧୦୦ ଗ୍ରାମ ଫୁଟଣ, ୧୦୦ ଗ୍ରାମ ହଳଦି, ୧ କେଜି ଲୁଣ ଓ ୨ ପ୍ୟାକେଟ ବିସ୍କୁଟ ପ୍ରଦାନ କରାଯାଇ ଥିଲା ଓ ପିକକ୍‍ର ସମ୍ପାଦକ ରଞନ କୁମାର ମହାନ୍ତି, ଟେକ୍ ମହିନ୍ଦ୍ରା ଫାଉଡେସନ ରଶ୍ମି ରଞନ ମହାନ୍ତି ଓ ପପେଟର ନାଟ୍ୟ ନିର୍ଦେଶକ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ଉପସ୍ଥିତ ରହି ରେ ଏହି ସାମଗ୍ରୀକୁ ବଣ୍ଟନ କରିଥିଲେ। ପିକକ୍‍ର ଜ୍ୟୋତି ଶଙ୍କର ମହାନ୍ତି ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories