www.samajalive.in
Sunday, December 7, 2025
26.1 C
Bhubaneswar

ଦୀପାବଳି ଓ ଧନତେରାସ୍‍ ପାଇଁ କିଛି ସ୍ୱତନ୍ତ୍ର ଟିପ୍ସ

ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନୱନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ମା’ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା’ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ। ସଭିଏଁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି। ଏହି କାରଣରୁ ଧନତେରାସ ଦିନ ସୁନା-ଚାନ୍ଦି, ବହୁ ଧାତୁ ଓ ଅନ୍ୟାନ୍ୟ ଜିନିଷ କିଣିଥାଆନ୍ତି। ମାତ୍ର କେତେକ ଛୋଟ ଜିନିଷ ରହିଛି ଯାହାକୁ ଦୀପାବଳି ଦିନ କିଣିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ ଓ ଗୃହରେ ବର୍ଷସାରା ଟଙ୍କାପଇସାର ଅଭାବ ହୋଇନଥାଏ , ସୁଖଶାନ୍ତିରେ ଘର ପୂରି ଉଠେ , ଜାଣନ୍ତୁ କିଛି ସ୍ୱତନ୍ତ୍ର ଉପାୟ ବିଷୟରେ
ଧନତେରାସ୍‍ ଦିନ ସନ୍ଧ୍ୟାରେ ଦୀପ ନିଶ୍ଚୟ ଲଗାନ୍ତୁ। ଦୀପ ନିକଟରେ ଏକ କଉଡ଼ି ରଖନ୍ତୁ। ଏହାପରେ ସେହି କୁଉଡ଼ିକୁ ଘରେ ଟଙ୍କାପଇସା ରଖୁଥିବା ସ୍ଥାନରେ ଏକ ଲାଲ କପଡ଼ାରେ ବାନ୍ଧି ରଖନ୍ତୁ। ଏହି ଉପାୟ କରିବା ଦ୍ୱାରା ଘରେ ଟଙ୍କା ପଇସାର ଅଭାବ ହୋଇନଥାଏ।
୧୦୮ ଥର କୁବେରଙ୍କ ମନ୍ତ୍ର ଜପ କରନ୍ତୁ।
ଧନତେରସ ଦିନ ଚାନ୍ଦୀର ଟଙ୍କାରେ କିଛି ହଳଦୀ ଲଗାଇ ଏହାକୁ ପୂଜା କରନ୍ତୁ।
ଧନତେରସ ଓ ଦୀପାବଳୀ ଦିନ ଶ୍ରୀଯନ୍ତ୍ର ପୂଜା କରିବା ଖୁବ ଶୁଭ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ । ଧନର କଦାପି ଅଭାବ ହୋଇନଥାଏ।
ମା’ଙ୍କୁ ଅର୍ପଣ କରନ୍ତୁ ଏହି ଭୋଗ
ପାଣି ସିଙ୍ଗଡ଼ା
ଶାସ୍ତ୍ର ଅନୁଯାୟୀ ମା’ଙ୍କୁ ଜଳ ଖୁବ ପସନ୍ଦ। ଏହି କାରଣରୁ ମା’ଙ୍କର ପାଣିର ଫୁଲ, ଫଳ ଖୁବ ପ୍ରିୟ ଅଟେ। ମାନ୍ୟତା ରହିଛି ଯେ ପାଣି ସିଙ୍ଗଡ଼ା ନାମକ ଏକ ଫଳ ମା’ଙ୍କର ପ୍ରିୟ ଅଟେ। ତେଣୁ ଦୀପାବଳି ଦିନ ମା’ଙ୍କ ନିକଟରେ ଏହି ଫଳକୁ ପ୍ରସାଦ ଭାବେ ଅର୍ପଣ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ବତାଶା
ଏହା ମା’ଙ୍କୁ ଖୁବ ପ୍ରିୟ ଅଟେ। ଦୀପାବଳି ଦିନ ମା’ଙ୍କ ନିକଟରେ ଲଡ଼ୁ, ଗୁଡ଼ରେ ପ୍ରସ୍ତୁତ ମିଠା ଦ୍ରବ୍ୟ ସହ ଏହି ବତାଶାକୁ ଅର୍ପଣ କଲେ ମା’ ବହୁତ ପ୍ରସନ୍ନ ହୋଇଥାଆନ୍ତି।
ନଡ଼ିଆ
ହିନ୍ଦୁଧର୍ମରେ ନଡ଼ିଆକୁ ଶ୍ରୀଫଳ କୁହାଯାଏ। ଏହି ଫଳ ମା’ଲକ୍ଷ୍ମୀଙ୍କର ମଧ୍ୟ ପ୍ରିୟ  ଫଳ ଅଟେ। ତେଣୁ ମା’ଙ୍କୁ ଏହା ଅର୍ପଣ କଲେ, ଗୃହରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।
ପାନ
ଦୀପାବଳି ପୂଜାରେ ପାନର ଖୁବ ମହତ୍ତ୍ୱ ରହିଛି। ମା’ଲକ୍ଷ୍ମୀଙ୍କ ପୂଜା ସମାପନ ପରେ ଶେଷରେ ମିଠା ପାନ ଅର୍ପଣ କରାଯାଏ। ଏହା ଦ୍ୱାରା ଗୃହରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ପଦ୍ମ ଫଳ
ଏହା ମା’ଙ୍କର ପ୍ରିୟ ପୁଷ୍ପ ପଦ୍ମର ଫଳ ଅଟେ। ତେଣୁ ମା’ଙ୍କ ନିକଟରେ ଏହାକୁ ଅର୍ପଣ କରାଯାଏ।
ଦୀପାବଳିରେ କିଣନ୍ତୁ ଏହି ଜିନିଷ
ଧାତୁ କଇଁଛ –
ଅଧିକାଂଶ ଲୋକେ ଜାଣିଥିବେ ଯେ, ପିତ୍ତଳ ଧାତୁରେ ନିର୍ମିତ କଇଁଛ ପେଙ୍ଗସୁଇ ଅନୁଯାୟୀ ଶୁଭ। ମାତ୍ର ବାସ୍ତୁ ଶାସ୍ତ୍ରରେ କଇଁଛର ଏକ ବିଶେଷ ସ୍ଥାନ ରହିଛି। ଧାତୁରେ ନିର୍ମିତ କଇଁଛ ଦୀପାବଳିରେ କିଣି ଘରକୁ ଆଣିଲେ ଗୃହର ବହୁ ବାଧାବିଘ୍ନ ଦୂର ହୋଇଥାଏ। ଏହାକୁ ସୁଖଶାନ୍ତିର ପ୍ରତୀକ ବୋଲି ମଧ୍ୟ କୁହାଯାଏ।
ପିତ୍ତଳର ପିରାମିଡ଼ –
ଦୀପାବଳିରେ ପିତ୍ତଳ କିମ୍ବା ତମ୍ବାରେ ନିର୍ମିତ ପିରାମିଡ଼ କିଣି ଆଣନ୍ତୁ। ଏହାକୁ ଘରର ସେ ସ୍ଥାନରେ ରଖନ୍ତୁ ଯେଉଁଠାରେ ପରିବାର ସଦସ୍ୟ ଅଧିକ ସମୟ ଅତିବାହିତ କରୁଛନ୍ତି। ଏପରି କରିବା ଦ୍ୱାରା ଧନ ବୃଦ୍ଧି ସହ ପରସ୍ପର ମଧ୍ୟରେ ହସଖୁସିର ବାତାବରଣ ରହିଥାଏ।
ମାଟି ସୁରେଇ –
ଦୀପାବଳି ଦିନ ମାଟିର ଏକ ସୁରେଇ କିମ୍ବା ମାଠିଆ କିଣି ପାଣି ଭର୍ତ୍ତି କରି ଘରର ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ କଦାପି ଟଙ୍କାର ଅଭାବ ହେବ ନାହିଁ। ମାତ୍ର ଏହାକୁ ଖାଲି ରଖନ୍ତୁ ନାହିଁ।
ମୟୂର ପୁଚ୍ଛ –
ଦୀପାବଳି ଦିନ ମୟୂର ପୁଚ୍ଛ ଆଣି ଏହାକୁ ଘରର କିମ୍ବା ଦୋକାନରେ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ଗୃହର ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ମା’ଲକ୍ଷ୍ମୀ ଓ କୁବେରଙ୍କ ଫଟୋ –
ଦୀପାବଳି ଦିନ ଘରର ମୁଖ୍ୟ ଦ୍ୱାରରେ ମା’ଲକ୍ଷ୍ମୀ ଓ କୁବେରଙ୍କ ଏକ ଫଟୋ କିଣି ଲଗାନ୍ତୁ। ଏପରି କରିବା ଦ୍ୱାରା ଗୃହରେ ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହୋଇଥାଏ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories