www.samajalive.in
Sunday, December 7, 2025
26.1 C
Bhubaneswar

ଦୀପାବଳି : ସୁଖସମୃଦ୍ଧି ଓ ବୈଭବ ପାଇଁ ଆପଣାନ୍ତୁ ଏହି ଉପାୟ

ଚଳିତ ବର୍ଷ ଦୀପାବଳିରେ ଆପଣ ପରମ୍ପରା ସହ ଜଡିତ କିଛି ଉପାୟର ପାଳନ କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଧନ ଜନିତ ସମସ୍ୟା ଦୂର ହେବ। ଘରେ ସର୍ବଦା ସୁଖସମୃଦ୍ଧି ଓ ବୈଭବରେ ପୂରି ରହିବ। ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଏ। ଘରକୁ ନୂଆ ଝାଡୁ ମଧ୍ୟ କିଣା ହୋଇ ଅଣାଯାଏ। ଜାଣନ୍ତୁ ଏଭଳି ଆଉ କିଛି ଉପାୟ ବିଷୟରେ…..
ଚାନ୍ଦି ହାତୀ – ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ହାତୀ ଖୁବ ପ୍ରିୟ। ଏହିଦିନ ଘରକୁ ଚାନ୍ଦି କିମ୍ବା ସୁନାରେ ନିର୍ମିତ ଏକ ହାତୀ ଆଣନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ।
କଉଡି – ହଳଦିଆ ରଙ୍ଗର କଉଡି ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। କିଛି ଧଳା ରଙ୍ଗର କଉଡିକୁ ହଳଦିଆ କିମ୍ବା କେସର ପାଣିରେ ବତୁରାଇ ତାହାକୁ ଲାଲ କପଡାରେ ବାନ୍ଧି ଘରେ ଥିବା ଆଲମିରାରେ ରଖନ୍ତୁ।
ଚାନ୍ଦିର ଏକ ଘଡ଼ି – ଏକ ଚାନ୍ଦିର ଘଡ଼ି କିଣି ଆଣନ୍ତୁ। ଯେଉଁଥିରେ ୧୦ରୁ ୧୨ଟି ଚାନ୍ଦି, ତମ୍ବା, ପିତ୍ତଳ କିମ୍ବା କଂସାର ଟଙ୍କା ରଖିପାରିବେ। ଏହାକୁ ଘରର ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ମଙ୍ଗଳ କଳସ –
ଏକ କଂସା କିମ୍ବା ତମ୍ବାର ପାତ୍ରରେ ଜଳ ଭର୍ତ୍ତି କରି କିଛି ଆମ୍ବପତ୍ର ରଖି ଏହା ଉପରେ ଏକ ନଡିଆ ରଖନ୍ତୁ । କଳସରେ ନାଲ ରେଶମୀ ସୂତା, ସ୍ୱସ୍ତିଷ୍କ ଚିହ୍ନ କରି ପୂଜା କରନ୍ତୁ।
ସାତମୁଖୀ ଦୀପ – ଘରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ମା’ଙ୍କ ନିକଟରେ ସାତମୁଖୀ ଦୀପ ଲଗାନ୍ତୁ। ଘିଅର ଦୀପ ଲଗାନ୍ତୁ। ଦୀପାବଳି ଦିନ ଏହି କାର୍ଯ୍ୟ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଝୋଟି – ଏହି ଦିନ ଘରେ ମା’ଙ୍କ ନିକଟରେ ଘରର ମୁଖ୍ୟଦ୍ୱାର ନିକଟରେ ଝୋଟି ନିଶ୍ଚୟ ଆଙ୍କନ୍ତୁ।

courtesy : webduniya

ଦୀପ – ଦୀପାବଳି ଦିନ ରାତିରେ ଘରେ ଓ ଘରର ନିକଟରେ ଦୀପ ନିଶ୍ଚୟ ଲଗାନ୍ତୁ। ପୂଜାରେ ଏହିଦିନ ଶୁଦ୍ଧ ଘିଅର ଦୀପ ଲଗାନ୍ତୁ। ଏହାଦ୍ୱାରା କରଜରୁ ମୁକ୍ତି ମିଳିଥାଏ। ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହି ଦିନ ତୁଳସୀ ଚଉରା ନିକଟରେ ଘିଅର ଦୀପ ଲଗାନ୍ତୁ। ଘରର ମୁଖ୍ୟ ଦ୍ୱାର ନିକଟରେ, ଘର ନିକଟରେ ଥିବା ମନ୍ଦିରରେ , ଏହାସହ ଘରର ସମସ୍ତ ସ୍ଥାନରେ ଲଗାନ୍ତୁ।
ମା’ଲକ୍ଷ୍ମୀଙ୍କ ନିକଟରେ ଭୋଗ – ଲକ୍ଷ୍ମୀଙ୍କୁ ପାଣି ସିଙ୍ଗଡା, ବତାଶା, ଆଖୁ, ଖିରୀ, ଡ଼ାଳିମ୍ବ, ପାନ, ଧଳା ଓ ହଳଦିଆ ରଙ୍ଗର ମିଠା, କେସର ଆଦି ଅର୍ପଣ କରନ୍ତୁ। ଏହାସହ ୧୧ଟି ଶୁକ୍ରବାର ମା’ଲକ୍ଷ୍ମୀଙ୍କୁ ଲାଲ ଫୁଲ ଅର୍ପଣ ସହ ମନ୍ଦିରରେ ଏହି ଭୋଗ ଅର୍ପଣ କଲେ ଘରେ ଖୁବ ସୁଖଶାନ୍ତି , ସମୃଦ୍ଧି ଆସିଥାଏ। ଧନର ଅଭାବ ହୋଇନଥାଏ।
ମା’ଲକ୍ଷ୍ମୀଙ୍କର ମନ୍ତ୍ର ଜପ କରନ୍ତୁ।
ମା’ଲକ୍ଷ୍ମୀଙ୍କ ପୂଜା ସମୟରେ ଗୋମତୀ ଚକ୍ର ଥାଳିରେ ରଖି ମା’ଙ୍କୁ ପୂଜା କରନ୍ତୁ। ପୂଜାପରେ ଏହାକୁ ନେଇ ଘରେ ରଖନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ। ସେହିପରି ଗୋଟା ହଳଦୀ, ଏକମୁଖୀ ନଡ଼ିଆ, କଉଡ଼ିକୁ ପୂଜା ଥାଳିରେ ରଖି ପୂଜା କରିବା ପରେ ଆଲମିରାରେ ରଖନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories