www.samajalive.in
Saturday, December 6, 2025
26.1 C
Bhubaneswar

ଦୀପାବଳି ସ୍ୱତନ୍ତ୍ର : ବାସ୍ତୁ ନିୟମ ଅନୁଯାୟୀ ଏପରି ଆଙ୍କନ୍ତୁ ଝୋଟି

ଆଲୋକର ପର୍ବ ଦୀପାବଳିର ପର୍ବ ପାଖେଇ ଆସୁଛି। ପ୍ରତ୍ୟେକ ନିଜ ପ୍ରଣାଳୀରେ ଘରକୁ ସଫାସୁତୁରା କରିବା ସହ ସଜାଇ ଥାଆନ୍ତି। ରଙ୍ଗ ସହ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ସହ ଝୋଟି କରିଥାଆନ୍ତି। ମାତ୍ର ଆପଣ ଜାଣିଛନ୍ତି କି, ବାସ୍ତୁ ନିୟମ ଅନୁଯାୟୀ ଝୋଟି ଦିଗ ଓ ରଙ୍ଗ ଅନୁଯାୟୀ ଅଙ୍କନ କରିବା ଉଚିତ। ଏପରି କରିବା ଦ୍ୱାରା ଜୀବନରେ ହସଖୁସି,ସୁଖସମୃଦ୍ଧି ଆସିଥାଏ। ଝୋଟି ଆଙ୍କିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ସକରାତ୍ମକ ଶକ୍ତି ଆସିଥାଏ। ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହି କାରଣରୁ ହିଁ ପ୍ରତ୍ୟେକ ଶୁଭ ଅବସରରେ ବିଭିନ୍ନ ରଙ୍ଗ ଓ ଫୁଲ ଝୋଟି ଆଙ୍କିବାର ପରମ୍ପରାର ରହିଛି। ଏହି ଝୋଟି ପାଇଁ ଅଟା, ଚାଉଳ, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଆଦି ବ୍ୟବହାର କରାଯାଇଥାଏ।
ପୂର୍ବମୁଖୀ ଘରର ମୁଖ୍ୟଦ୍ୱାରରେ ଝୋଟି ଆଙ୍କିଲେ, ଘରେ ସର୍ବଦା ସୁଖଶାନ୍ତି ଓ ସମୃଦ୍ଧି ପାଇଁ ଅଣ୍ଡାକାର ଝୋଟି ପକାନ୍ତୁ। ପୂର୍ବ ଦିଗରେ ଏହି ଆକାରର ଝୋଟି ପକାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଝୋଟି ପାଇଁ ଲାଲ, ହଳଦିଆ, ସବୁଜ, ଗୋଲାପି, ନାରଙ୍ଗୀ, ଆଦି ବ୍ୟବହାର କରନ୍ତୁ।
ଉତ୍ତରମୁଖୀ ଘର ପାଇଁ ଉତ୍ତର ଦିଗରେ ଲହରୀ ଆକାରର ଝୋଟି ଅଙ୍କନ କରନ୍ତୁ। ଏଥିପାଇଁ ହଳଦିଆ, ସବୁଜ ଓ ଆକାଶର ରଙ୍ଗ ବ୍ୟବହାର କରନ୍ତୁ। ଏହା ଖୁବ ଶୁଭ।
ଦକ୍ଷିଣପୂର୍ବରେ ତ୍ରିକୋଣ ଏବଂ ଦକ୍ଷିଣ ମୁଖୀ ଘରରେ ସୁନ୍ଦର ଆୟତକାରର ଝୋଟି ପକାନ୍ତୁ। ଏଥିପାଇଁ ଗାଢ ଲାଲ, ନାରଙ୍ଗୀ, ଗୋଲାପି ଓ ବାଇଗଣୀ ରଙ୍ଗର ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ଜୀବନରେ ସୁଖ,ଯଶ ଏବଂ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଥାଏ।
ପଶ୍ଚିମମୁଖୀ ଘରର ପାଇଁ ସୁନେଲି ଓ ଧବଳ ରଙ୍ଗ ଝୋଟି ପାଇଁ ବ୍ୟବହାର କରନ୍ତୁ। ବୃତ୍ତାକାରର ଝୋଟି ଆଙ୍କନ୍ତୁ। ସୁନେଲି ଓ ଧବଳ ରଙ୍ଗ ସହ ଲାଲ, ହଳଦିଆ, ଲାଲ, ହାଲକା ସବୁଜ ରଙ୍ଗ ମଧ୍ୟ ବ୍ୟବହାର କରନ୍ତୁ। ପଞ୍ଚକୋଣ ଆକାରର ଝୋଟି ଅଙ୍କନ କରନ୍ତୁ।

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories