www.samajalive.in
Sunday, December 7, 2025
14.1 C
Bhubaneswar

ଗୋଷାଣୀ ଯାତ୍ରା ପାଇଁ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ, ରାତି ୧୦ଟା ଯାଏଁ ଜାରି ରହିବ କଟକଣା

ପୁରୀ : ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହେବ ଗୋଷାଣୀ ଯାତ୍ରା । ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ  ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ହେବ ଗୋଷାଣୀ ଭସାଣ ଯାତ୍ରା କରାଯାଉଥିବାରୁ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଆଜି ସକାଳ ୧୦ଟାରୁ ରାତି ୧୦ ଟା ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରତ୍ୟକ ଗୋଷାଣୀ ସହ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏଥି ସହିତ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବାପୂଜା ପାଇଁ ଯାଉଥିବା କୌଣସି ସେବାୟତଙ୍କୁ ଅଟକାଯିବ ନାହିଁ। ସେଭଳି ସମସ୍ତ ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଶ୍ରୀକ୍ଷେତ୍ରରେ ଏକାଦଶୀରେ ଅର୍ଥାତ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗୋଷାଣୀ ଏକାଠି ହୋଇଥାନ୍ତି । ଏହାକୁ ଦେବୀସଭା ବୋଲି ମଧ୍ୟ କୁହାଯାଏ। ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଉର୍ଦ୍ଧ୍ଵ ଗୋଷାଣୀ ସିଂହଦ୍ୱାରକୁ ଭଷାଣ ଶୋଭାଯାତ୍ରାରେ ଆସିବେ । ଏହି ସମୟରେ ପ୍ରଶାସନିକ କଟକଣା ଅନୁସାରେ ବାଜା ବାଜିବନି କି ଆଲୋକ ଲାଗିବନି। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶ ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ କୋଭିଡ ୧୯ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରାଯିବ। ମଙ୍ଗଳାଘାଟକୁ ଗୋଷାଣି ଶୋଭାଯାତ୍ରା ଯାଇ ସେଠାରେ ହୋଇଥିବା କୃତିମ ପୋଖରୀରେ ବିସର୍ଜନ କରାଯିବ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories