www.samajalive.in
Monday, December 8, 2025
14.1 C
Bhubaneswar

କରୋନା ନମୁନା ପରୀକ୍ଷାରେ ନୂଆ ରେକର୍ଡ, ପରୀକ୍ଷା ହେଲାଣି ୮ କୋଟି ୧୧ ଲକ୍ଷ ନମୁନା

କରୋନା ନମୁନା ପରୀକ୍ଷାରେ ଭାରତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ମୋଟ୍‍ ୮ କୋଟି ୧୧ ଲକ୍ଷ ନମୁନା ପରୀକ୍ଷା କରାଯିବା ସହ କୋବିଡ ନମୁନା ପରୀକ୍ଷାରେ ଭାରତ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଶୀର୍ଷରେ ରହିଛି। ଗତ ୨୪ ଘଣ୍ଟା ଭିତରେ ପ୍ରାୟ ୧୧ଲକ୍ଷ ନମୁନା ପରୀକ୍ଷା କରାଯାଇଛି। କେନ୍ଦ୍ର ସରକାର ଓ ଆଇସିଏମଆରର ମିଳିତ ଉଦ୍ୟମରେ ଦେଶରେ ନମୁନା ପରୀକ୍ଷା ପାଇଁ ମୌଳିକ ଢ଼ାଞ୍ଚା ସୃଷ୍ଟି କରାଯାଉଛି। ଭାରତ ଦୈନିକ ୧୫ ଲକ୍ଷ ନମୁନା ପରୀକ୍ଷା କରିବାର ସାମର୍ଥ୍ୟ ହାସଲ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି। ଏଥିଯୋଗୁଁ ଦେଶରେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧ ହଜାର ୮୮୩ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୧୦୩ଟି ସରକାରୀ ପରୀକ୍ଷାଗାର ଓ ୭୮୦ ଟି ବେସରକାରୀ ପରୀକ୍ଷାଗାର ରହିଛି। ମାତ୍ର ଦୁଇମାସ ସମୟ ମଧ୍ୟରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ଅନେକଗୁଣା ବୃଦ୍ଧି ପାଇ ୫୦ ହଜାରର ଆଖପାଖରେ ପହଞ୍ଚିଛି।

- Advertisement -

ଦେଶରେ ନମୁନା ପରୀକ୍ଷା ପାଇଁ ଗବେଷଣାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବା ସହୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅଧିକ ନମୁନା ପରୀକ୍ଷା କରୁଛନ୍ତି। ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ ସ୍ତରରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ହାରାହାରି ନମୁନା ପରୀକ୍ଷାଠାରୁ ଅଧିକ ନମୁନା ପରୀକ୍ଷା କରୁଛନ୍ତି। ନମୁନା ପରୀକ୍ଷା ବୃଦ୍ଧି ପାଇବା ସତ୍ତ୍ବେ ସଂକ୍ରମିତ ହାର କମିବାରେ ଲାଗିଛି ଓ ଏହା ବର୍ତ୍ତମାନ ୮.୨ ପ୍ରତିଶତ ରହିଛି। ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ମଣିପୁର, ଝାଡ଼ଖଣ୍ଡ ଓ ତେଲଙ୍ଗାନା ଭଳି ରାଜ୍ୟଗୁଡ଼ିକରେ ସଂକ୍ରମିତ ହାର ୫ ପ୍ରତିଶତରୁ କମ୍‍ ରହିଛି।

ଗତ ଦୁଇ ସପ୍ତାହ ଧରି ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି। ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକମାନଙ୍କ ସଂଖ୍ୟା ୧୦ଲକ୍ଷରୁ ନିମ୍ନରେ ରହିଛି। ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍: ସଂକ୍ରମଣର ୧୩.୭୫ ପ୍ରତିଶତ ରହିଛି। ଦେଶରେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଇ ୮୪.୭ ପ୍ରତିଶତରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୫୬ ଲକ୍ଷ ୬୨ ହଜାର ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ କରୋନାରୁ ଆରୋଗ୍ୟ ଲାଭ କରିବାରେ ବିଶ୍ୱରେ ଭାରତର ସ୍ଥାନ ଶୀର୍ଷରେ ରହିଛି।

ଗତ ୨୪ ଘଣ୍ଟା ଭିତରେ ୭୬ ହଜାର ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟାର ୬ ଗୁଣରୁ ଅଧିକ ରହିଛି। ଗତ ୧ ମାସ ଧରି କରୋନାରୁ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇ ଶତକଡ଼ା ଶହେଭାଗକୁ ଅତିକ୍ରମ କରିଯାଇଛି। ବ୍ୟାପକ ନମୁନା
ପରୀକ୍ଷା, ସଂକ୍ରମିତମାନଙ୍କର ତୁରନ୍ତ ଚିକତ୍ସା ଓ ସରକାରଙ୍କର ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଏହା ଫଳରେ ଦେଶରେ କରୋନା ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି ଓ ଏହ ବର୍ତ୍ତମାନ ୧.୫୫ ପ୍ରତିଶତ ରହିଛି।

ଦେଶରେ କରୋନା ମୃତ୍ୟୁହାର ହ୍ରାସ ପାଇବା ସହିତ ଆନ୍ତର୍ଜାତିକ ସ୍ତରରେ ହାରାହାରି ମୃତ୍ୟୁହାରର ଅଧାରୁ କମ୍‍ ରହିଛି। ଗତ ୨୪ ଘଣ୍ଟା ଭିତରେ ଆଉ ୬୧ ହଜାର ୨୬୭ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏଥିସହିତ ମୋଟ୍‍ ସଂକ୍ରମଣ ୬୬ ଲକ୍ଷ ୮୫ ହଜାର ୮୩ ରହିଛି। ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୩ ରହିଛି। ଗତ ୨୪ ଘଣ୍ଟା ଭିତରେ ୮୮୪ ଜଣ ମୃତ୍ୟୁବରଣ କରିବାରୁ କୋବିଡ୍‍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩ ହଜାର ୫୬୯ରେ ପହଞ୍ଚିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories