www.samajalive.in
Monday, December 15, 2025
24.1 C
Bhubaneswar

୭୦ ବର୍ଷ ପରେ କୃଷିକ୍ଷେତ୍ରକୁ ସ୍ୱାଧୀନତା ମିଳିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

“ଯେପର୍ଯ୍ୟନ୍ତ ଏ ଦେଶରେ ନରେନ୍ଦ୍ର ମୋଦୀଙ୍କ ଭଳି ସମ୍ବେଦନଶୀଳ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ପର୍ଯ୍ୟନ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ବନ୍ଦ ହେବ ନାହିଁ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର”

ଭାରତବର୍ଷର କୃଷିକ୍ଷେତ୍ର ଓ କୃଷକମାନଙ୍କୁ ଦୀର୍ଘ ୭୦ ବର୍ଷ ପରେ ସ୍ୱାଧୀନତା ମିଳିଛି ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଆସିଥିଲେ ମଧ୍ୟ କୃଷିକ୍ଷେତ୍ର ଓ କୃଷକମାନଙ୍କ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଅନେକ ସରକାର ଆସିଥିଲେ ମଧ୍ୟ କୃଷିକ୍ଷେତ୍ର ଅବହେଳିତ ହୋଇ ରହିଥିଲା। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ କୃଷି ସଂସ୍କାର ନିମନ୍ତେ ଆଇନରେ ପରିଣତ ହୋଇଥିବା ୩ଟି ବଡ ପରିବର୍ତ୍ତନ ଉଭୟ କୃଷି ଓ କୃଷକଙ୍କୁ ସ୍ୱୟଂ ସମ୍ପନ୍ନ କରିବ।

ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ସରକାର ଗତ କିଛି ମାସ ତଳେ ୩ଟି ଅଧ୍ୟାଦେଶ ଜାରି କରିଥିଲେ ଓ ସେହି ଅଧ୍ୟାଦେଶର ମୂଳ ଆଧାର ଥିଲା ଭାରତରେ କୃଷି କ୍ଷେତ୍ରରେ ଏକ ମୌଳିକ ପରିବର୍ତ୍ତନ ଆଣିବା। କିଛି ଦଶନ୍ଧି ଧରି ବିଭିନ୍ନ ସରକାରମାନେ ଉଭୟ ରାଜ୍ୟରେ ଏବଂ କେନ୍ଦ୍ରରେ ଚେଷ୍ଟା କରିଥିଲେ ମଧ୍ୟ ସଦ୍ୟ ସମାପ୍ତ ସଂସଦର ମୌସୁମୀ ଅଧିବେଶନରେ ତାହା ଆଇନରେ ପରିଣତ ହୋଇଛି ଓ ଏହି ଆଇନର ସୁଫଳ ନେଇ ଜନ ଜାଗରଣ ସୃଷ୍ଟି କରିବା ଦିଗରେ କେନ୍ଦ୍ର ସରକାର ବିଶେଷ ଭାବରେ ଏନଡିଏ ପଦକ୍ଷେପ ନେଇଛି। ସେ କହିଛନ୍ତି ଯେ ଭାରତବର୍ଷର ଜିଡିପିରେ କୃଷି ଓ ଆମ ରାଜ୍ୟ ଓଡିଶା ଭଳି ରାଜ୍ୟର ଅର୍ଥନୀତିରେ କୃଷି ଏକ ପ୍ରମୁଖ ଦିଗ ହୋଇନଥିଲେ ମଧ୍ୟ କୃଷିକ୍ଷେତ୍ରରେ ଦେଶର ଜନସଂଖ୍ୟାର ସର୍ବାଧିକ ଅଂଶର ସହଭାଗିତା ରହିଛି ଯଦିଓ ସେ କ୍ଷେତ୍ରରେ ଆମଦାନୀ ଆଖି ଦୃଶିଆ ନୁହେଁ।

- Advertisement -

କୃଷି ସଂସ୍କାର ଆଇନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉତ୍ପାଦନ ବୃଦ୍ଧି ପାଇଁ ଜମି ମାଲିକାନାରେ ଅଧିକାର ସହ କୌଣସି ବୁଝାମଣା ନ କରି ଏହାକୁ ନୀତିଗତ କରାଇବା ଏବଂ ଚାଷୀଙ୍କ ଅଧିକାରକୁ ସୁରକ୍ଷିତ ରଖି ଉତ୍ପାଦିତ ଦ୍ରବ୍ୟକୁ ବଜାର ବ୍ୟବସ୍ଥା ସହ ସଂଯୋଗ କରିବା ଓ ଉଚିତ ମୂଲ୍ୟ ଦେବାର ବ୍ୟବସ୍ଥା କରିବା କୃଷି ଓ କୃଷକକୁ ଅଗ୍ରାଧିକାର ଦେଇଛି।

ଶ୍ରୀ ପ୍ରଧାନ କହିଛନ୍ତି, ଲାଇସେନ୍ସ ରାଜକୁ ବନ୍ଦ କରି ମୁକ୍ତ ବଜାର ବ୍ୟବସ୍ଥାକୁ ନୀତିଗତ ଢାଞ୍ଚା ମଧ୍ୟକୁ ଅଣାଯାଇଛି। ଫଳରେ ଚାଷୀମାନଙ୍କୁ ଉତ୍ପାଦନ, ସଂରକ୍ଷଣ ଓ ବିକ୍ରି ସୁବିଧା ମିଳିପାରିବ। ଅନ୍ୟପକ୍ଷରେ ଦେଶରେ ୧୦ ହଜାର ନୂଆ କୃଷକ ଉତ୍ପାଦକ ସଂଘ ଗଠନ କରାଯିବା ଓ ଆତ୍ମନିର୍ଭର ଭାରତ ଯୋଜନାରେ ଏହି କ୍ଷେତ୍ର ପାଇଁ ସରକାର ୧ ଲକ୍ଷ ଲୋଟି ଟଙ୍କା ଖର୍ଚ୍ଚ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories