www.samajalive.in
Sunday, December 7, 2025
18.1 C
Bhubaneswar

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୫ଦିନ ପରେ ମଧ୍ୟ ଅଭଯୁକ୍ତକୁ ପୁଲିସ ଗିରଫ କରିବାରେ ବିଫଳ, ଶତାଧିକ ଲୋକଙ୍କ ଫାଣ୍ଡି ଘେରାଉ

ବେତନଟୀ: ବେତନଟୀଥାନା ବଡଜାମବଣି ଫାଣ୍ଡି ଇଲାକାର ଦାନ୍ତିଆମୁହାଁ ପଞ୍ଚାୟତ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ୩ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହେବାରୁ ମଙ୍ଗଳବାର ଦାନ୍ତିଆମୁହାଁ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ପ୍ରତିବାଦ ସ୍ୱରୁପ ଫାଣ୍ଠି ଘେରାଉ କରିଥିଲେ। ଘଟଣାରୁ ପ୍ରକାଶ ଦାନ୍ତିଆମୁହାଁ ହାଟ ପଡ଼ିଆରେ ରାଣୀ ସିଂ ନାମ୍ନୀ ଜଣେ ମହିଳାଙ୍କର ଗୋଟିଏ ଦୋକାନଥିଲା। ମାତ୍ର ଉକ୍ତ ମହିଳାଙ୍କ ଜମିକୁ ହଡପ କରିବା ନିମନ୍ତେ ଚାଲିଥିବା ଚକ୍ରାନ୍ତ କରିବା ସହିତ ଉକ୍ତ ସ୍ଥାନକୁ ଛାଡିବାକୁ କିଛି ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ବାଧ୍ୟ କରୁଥିଲେ। ଏ ସମ୍ପର୍କରେ ରାଣୀ ସିଂ ଦାନ୍ତିଆମୁହାଁ ସରପଞ୍ଚହରି ସିଂଙ୍କୁ ଜଣାଇଥିଲେ। ସରପଞ୍ଚ ଶ୍ରୀ ସିଂ ଉକ୍ତ ମହିଳାଙ୍କ ନିକଟରୁ ସମସ୍ତ ବିଷୟରେ ଅବଗତ ହୋଇ ଏହାର ଆପୋଷ ସମାଧାନ ନିମନ୍ତେ ଉଭୟ ପକ୍ଷଙ୍କୁ ନେଇ ଆଲୋଚନା କରୁଥିବା ସମୟରେ କେତେକ ଯିବକ ନିଶାସକ୍ତ ଅବସ୍ଥାରେ ଉକ୍ତ ସ୍ଥାନରେ ପହଞ୍ଚିହଠାତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସରପଞ୍ଚ ଶ୍ରୀ ସିଂ ଗୁରୁତର ଆହତ ହୋଇଥିଲେ। ଏ ସମ୍ପର୍କରେ ସରପଞ୍ଚ ଶ୍ରୀ ସିଂ ଓ ରାଣୀ ସିଂ ବେତନଟୀଥାନାରେ ଲିଖିତ ଅଭିଯୋଗ ଉମାକାନ୍ତ ମହାନ୍ତ, ନଗେନ ମୁଖୀ, ତମ୍ବୁ ମୁଖୀ, ଅମ୍ବୁ ମୁଖୀ, ସୁବାଷ ମୁଖୀଙ୍କ ନାମରେ କରିଥିଲେ। ଏପରିକି ଅଭିଯୁକ୍ତ ମାନେ ରାଣୀ ସିଂଙ୍କୁ ଟଣାଓଟରା କରିବା ସହିତ ମାଡ ମଧ୍ୟ ମାରିଥିଲେ। ପୁଲିସ ଉକ୍ତ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିଥିଲା। ମାତ୍ର ଏହି ଘଟଣା ଘଟିବାର ୫ଦିନପରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ଗିରଫ କରିବାରେ ସଫଳ ନହେବାରୁ ମଙ୍ଗଳବାର ପ୍ରତିବାଦ ସ୍ୱରୁପ ଦାନ୍ତିଆମୁହାଁ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ବଡଜାମବଣିଫାଣ୍ଡି ଘେରାଉ କରିଥିଲେ। ଖବରପାଇ ବେତନଟୀଥାନା ଅଧିକାରୀ ତିଳତ୍ତୋମା ରାଉତ, ଫାଣ୍ଡିଅଧିକାରୀ ପବିତ୍ର ମୋହନ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତ ମାନଙ୍କୁ ୩ଦିନ ଭିତରେ ଗିରଫ କରାଯିବ ବୋଲି ଥାନାଧିକାରୀ କହିବାପରେ ଉତ୍ୟକ୍ତ ଜନତା ଫାଣ୍ଡି ସମ୍ମୁଖରୁ ହଟିଯାଇଥିଲେ। ଜଣେ ଜନପ୍ରତିନିଧିଙ୍କୁ ଏଭଳି ଭାବରେ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲ ନିନ୍ଦା କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories