www.samajalive.in
Thursday, December 11, 2025
23.1 C
Bhubaneswar

ସିଫାରେ ‘ସ୍ୱାସ୍ଥ୍ୟ ଓ ସଂପଦ ପାଇଁ ଯୋଗ’ ଶୀର୍ଷକ କର୍ମଶାଳା

ପିପିଲି: ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ‘ସ୍ୱାସ୍ଥ୍ୟ ଓ ସଂପଦ ପାଇଁ ଯୋଗ’ ଶୀର୍ଷକ ଦିନିକିଆ ଭର୍ଚୁଆଲ କର୍ମଶାଳା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ୫୨ଜଣ ବ୍ୟକ୍ତି ଅଂଶଗ୍ରହଣ କରି ଯୋଗର ଉପକାରିତା ସଂପର୍କରେ ଜ୍ଞାନ ଆହରଣ କରିଥିଲେ।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମକୁ ସିଫାର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ଉଦ୍‍ଘାଟନ କରିଥିଲେ। ଗତ ୬ବର୍ଷ ଧରି ସିଫାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଆସୁଥିବାରୁ ଏଥି ପାଇଁ ଡ଼ଃ ସ୍ୱାଇଁ ସିଫାର ମାନବସମ୍ବଳ ବିଭାଗକୁ ଭୂୟସି ପ୍ରଶଂସା କରିଥିଲେ। ସେ ନିଜର ଅନୁଭୂତି ବର୍ଣ୍ଣନା କରି ଯୋଗ ଓ ପ୍ରାଣାୟାମ ନିୟମିତ କରିବା ଦ୍ୱାରା ସମସ୍ତେ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିପାରିବେ ବୋଲି ଅଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଗୁରୁ ସୁରେଶ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ କେତେକ ସାଧାରଣ ଯୋଗ ଓ ଆସନ ପ୍ରଦର୍ଶନ ପୂର୍ବକ ତାହାର ଉପକାରୀତା ବର୍ଣ୍ଣନା କରିବା ସହ ଅଂଶଗ୍ରହଣକାରୀଙ୍କ ଯୋଗ ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି କର୍ମଶାଳାର ସଂଯୋଜକ ତଥା ସିଫାର ପ୍ରଧାନ ବୈଜ୍ଞାନିକ ଡଃ କେଦାରନାଥ ମହନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଭାରତ ସରକାର ଦେଶର ଅଗଣିତ ନାଗରିକମାନଙ୍କ ପାଇଁ ଆରମ୍ଭ କରିଥିବା ବିଭିନ୍ନ ଫ୍ଲାଗ୍‍ସିପ୍‍ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛଭାରତ, ଆନ୍ତର୍ଜାତୀୟ ଯୋଗ ଦିବସ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ସୌର ଓ ପବନ ଶକ୍ତିର ଉପଯୋଗ, ଆୟୁଷ୍ମାନ ଭାରତ, ଯୁବକମାନଙ୍କ ପାଇଁ ଖେଳୋ ଭାରତ, ଫିଟ୍‍ ଇଣ୍ଡିଆ ଅଭିଯାନ ସଂପର୍କରେ ଆଲୋକପାତ କରି ଏହା କିପରି ସିଧାସଳଖ ସ୍ୱାସ୍ଥ୍ୟ ପାଇଁ ଉପକାରରେ ଆସିଛି ତାହା ବର୍ଣ୍ଣନା କରିଥିଲେ। ବରିଷ୍ଠ ପ୍ରଶାସକ ଇନ୍ଦ୍ରଭୁଷଣ କୁମାର ଭାରତର ଲମ୍ବା ଇତିହାସରେ ଯୋଗ କିପରି ମଣିଷର ମାନସିକ ଓ ଶାରୀରିକ କ୍ଷେତ୍ରରେ ଉପକାରୀ ହୋଇପାରିଛି ସେ ସଂପର୍କରେ ଆଲୋକପାତ କରି କହିଥିଲେ ଯେ କୋଭିଡ-୧୯ ବିଶ୍ୱ ମହାମାରୀ ସମୟରେ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ସ୍ଲୋଗାନ ସାରା ବିଶ୍ୱରେ ଅନେକ ଗୁରୁତ୍ତ୍ୱ ବହନ କରୁଛି। ଶେଷରେ ଡଃ କେ. ଏନ୍‍. ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories