www.samajalive.in
Monday, December 15, 2025
24.1 C
Bhubaneswar

ଓକିଲ ଫି ଦେବାକୁ ୧୦ କୋଟି ଟଙ୍କାରେ ନିଜ ଗହଣା ବିକିଲେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ : ବିଶ୍ବର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସାନ ଭାଇ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏକଦା ବିଶ୍ବ ଧନୀ ତାଲିକାର ଷଷ୍ଠ ସ୍ଥାନ‌େ‌ର ରହିଥିବା ଅନୀଲ ଆଜି କାଙ୍ଗାଳ ପ୍ରାୟ । ଋଣ ସୁଝିବାକୁ ଏବଂ ଓକିଲ ଫିସ୍ ଦେବାକୁ ଘରେ ଥିବା ସୁନା ବିକ୍ରି କରିଛନ୍ତି ଅନୀଲ । ଲଣ୍ଡନ କୋର୍ଟଙ୍କୁ ଏହିଭଳି ଚକିତ କରିଦେବା ଭଳି ବୟାନ୍ ଦେଇଛନ୍ତି ଭାରତର ଏହି ବିଶିଷ୍ଟ ଶିଳ୍ପପତି । ଲଣ୍ଡନ କୋର୍ଟରେ ସେ କହିଛନ୍ତି ଯେ, ତାଙ୍କ ନିକଟରେ ଥିବା ସମସ୍ତ ସୁନା ଗହଣା ସେ ବିକ୍ରି କରିଦେଇଛନ୍ତି। କେବଳ ଋଣ ସୁଝିବାକୁ ଓ ଆଇନଗତ ଲଢେଇରେ ଓକିଲଙ୍କ ଟଙ୍କା ଦେବାକୁ ସେ ଏପରି ପଦକ୍ଷେପ ନେଇଛନ୍ତି । ଏହାକୁ ବିକ୍ରି କରିବା ପରେ ତାଙ୍କୁ ଏଥିରୁ ପ୍ରାୟ ୧୦ କୋଟି ଟଙ୍କା ମିଳିଥିଲା । ହେଲେ ଏବେ ତାଙ୍କ ହାତ ଖାଲି । ତାଙ୍କ ପାଖରେ କିଛି ବି ସମ୍ପତ୍ତି ନାହିଁ । ଗୋଟିଏ କାରକୁ ବାଦଦେଲେ ତାଙ୍କ ପାଖରେ ଆଉ କୌଣସି ସମ୍ପତ୍ତି ନାହିଁ । ତେବେ ଚଳିତବର୍ଷ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ଅନୀଲ ଅମ୍ବାନୀ ଏହି ସୁନା ବିକ୍ରି କରିଥିଲେ । ଏବେ ସେ କେବଳ ଏକ ସାଧାରଣ ଜୀବନ ବିତାଉଛନ୍ତି । ଲଣ୍ଡନ କୋର୍ଟରେ ଅନୀଲ କହିଛନ୍ତି ଯେ, ସାରା ବିଶ୍ୱରେ ତାଙ୍କର ଆଉ କୌଣସି ସ୍ଥାନରେ ସମ୍ପତ୍ତି ନାହିଁ । ଗଣମାଧ୍ୟମ ତାଙ୍କ ନାଁରେ ଅନେକ ମନଗଢା କାହାଣି ପ୍ରଚାର କରୁଛି । ସୂଚନାଯୋଗ୍ୟ, ଚୀନର ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍‌ କମର୍ସିଆଲ ବ୍ୟାଙ୍କ ଅଫ୍‌ ଇଣ୍ତିଆ, ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଏକ୍ସିମ୍‌ ବ୍ୟାଙ୍କ ଅଫ୍‌ ଚାଇନା ପକ୍ଷରୁ ଦାଏର କରାଯାଇଥିବା ଏକ ଋଣ ଖିଲାପି ମାମଲାରେ ଲଣ୍ଡନ କୋର୍ଟରେ ହାଜର ହୋଇ ଏହିଭଳି ବୟାନ ରଖିଛନ୍ତି ଅନୀଲ। ଭାରତର ଏହି ବିଜନେସ୍ ଟାଇକୁନ୍ ଏବେ ବେଶ ଦେବାଳିଆ ସ୍ଥିତିରେ ରହିଛନ୍ତି ।
ଚଳିତବର୍ଷ ମେ’ରେ ଲଣ୍ଡନ୍‌ କୋର୍ଟ ଅନୀଲଙ୍କୁ ଜୁନ୍‌ ୧୨ ସୁଦ୍ଧା ୭୧୬.୯ ନିୟୁତ ଡଲାର କିମ୍ବା ୫୮୨୧ ‌କୋଟି ଟଙ୍କା ଏବଂ ୭୫୦,୦୦୦ କିମ୍ବା ୭ ‌କୋଟି ଟଙ୍କା ଚାଇନା ବ୍ୟାଙ୍କକୁ ଆଇନଗତ ଖର୍ଚ୍ଚ ବାବଦରେ ଦେବାକୁ ନିର୍ଦେଶ ଦେଇଥିଲେ ।   

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories