www.samajalive.in
Wednesday, December 10, 2025
18.1 C
Bhubaneswar

ଦେଶରେ କରୋନା ଆରୋଗ୍ୟ ହାର ୮୨.୧୪, ଗୋଟିଏ ଦିନରେ ୯୩ ହଜାରରୁ ଅଧିକ ସୁସ୍ଥ

ଦେଶରେ କରୋନା ଆରୋଗ୍ୟ ହାର ୮୨.୧୪ ପ୍ରତିଶତକୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ଭିତରେ ୯୩ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୪୮ ଲକ୍ଷ ୧୯ ହଜାରକୁ ଅତିକ୍ରମ କରିଛି। ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇ ମୋଟ୍‍ ସଂକ୍ରମଣର ୧୬.୨୮ ପ୍ରତିଶତ ରହିଛି।

ଦେଶରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ଲକ୍ଷ ୬୦ ହଜାର ରହିଛି। ମୋଟ୍‍ ସଂକ୍ରମଣ ୫୯ ଲକ୍ଷରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ଭିତରେ ୮୫ ହଜାର ୩୬୨ ଜଣ ନୂଆ ଲୋକ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋବିଡ୍‍ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି। ବର୍ତ୍ତମାନ ଦେଶରେ କୋବିଡ୍‍ ମୃତ୍ୟୁହାର ୧.୫୮ ପ୍ରତିଶତ ରହିଛି ଯାହା ବିଶ୍ୱର ହାରାହାରି ମୃତ୍ୟୁହାରଠାରୁ ଯଥେଷ୍ଟ କମ୍‍।

- Advertisement -

ଗତ ୨୪ ଘଣ୍ଟା ଭିତରେ ୧ ହଜାର ୮୯ ଜଣ ମୃତ୍ୟୁବରଣ କରିବାରୁ କରୋନା ମୃତ୍ୟୁସଂଖ୍ୟା ୯୩ ହଜାର ୩୭୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୧୩ଲକ୍ଷ ୪୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର୍‍ ଜଣାଇଛି। ଫଳରେ ଦେଶରେ ଏପର୍ଯ୍ୟନ୍ତ ୭ କୋଟି ୨ ଲକ୍ଷରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇ ସାରିଲାଣି। ୧ ହଜାର ୮୬ଟି ସରକାରୀ ପରୀକ୍ଷାଗାର ୭୩୭ଟି ବେସରକାରୀ ପରୀକ୍ଷାଗାରକୁ ମିଶାଇ ମୋଟ୍‍ ୧ ହଜାର ୮୨୩ଟି ପରୀକ୍ଷାଗାରରେ କୋବିଡ୍‍ ନମୁନା ପରୀକ୍ଷା କରାଯାଉଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories