www.samajalive.in
Sunday, December 7, 2025
26.1 C
Bhubaneswar

ଅର୍ଥନୀତିରେ ସୁଧାର ନେଇ ଆଶଙ୍କା; ୧୧୦୦ ପଏଣ୍ଟରୁ ଅଧିକ ଖସିଲା ସେନ୍‌ସେକ୍ସ

ମୁମ୍ବଇ : କରୋନା ଯୋଗୁ ଦେଶର ଘରୋଇ ପୁଞ୍ଜିବଜାର​ରେ କଳାବାଦଲ ଘୋଟିବାରେ ଲାଗିଛି। ଏଥିଯୋଗୁ ପ୍ରଭାବିତ ହୋଇଛି ଦେଶର ଅର୍ଥନୀତି। ପରିସ୍ଥିତି ଏଭଳି ହୋଇଛି ସମ୍ପ୍ରତି ଅର୍ଥନୀତିରେ ସୁଧାର ଆଶା କମ୍ ଦେଖାଦେଇଛି। ଫଳରେ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୧୧୦୦ ପଏଣ୍ଟରୁ ଅଧିକ ହ୍ରାସ ଘଟିଛି। ଷ୍ଟକ ବଜାରରେ ଲାଗି ରହିଥିବା ଏଭଳି ଦୋଳାୟମାନ ସ୍ଥିତି ନିବେଶକଙ୍କ ଆଶଙ୍କାକୁ ଦ୍ବିଗୁଣିତ କରିବା ସହ କ୍ଷତି ବଢ଼ାଇ ଦେଇଛି।
ଗୁରୁବାର କାରବାର ଶେଷ ବେଳକୁ ସେନ୍‍ସେକ୍ସରେ ୧୧୧୪.୮୨ ପଏଣ୍ଟ ଅର୍ଥାତ୍‌ ୨.୯୬% ହ୍ରାସ ଘଟି ୩୬,୫୫୩.୬୦ ପଏଣ୍ଟରେ କାରବାର ​ଶେଷ ହୋଇଛି। ଦେଶରେ ବର୍ତ୍ତମାନ କରୋନା ସ୍ଥିତି ଏଭଳି ସ୍ତରରେ ରହିଛି ଯାହା ଫଳରେ ଅର୍ଥନୀତିରେ ସୁଧାର ସମ୍ଭାବନା କମ୍‌ ରହିଥିବାରୁ ଏହା ବଜାର କାରବାରକୁ ପ୍ରଭାବିତ କରିଛି। ସେହିପରି ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୨୬.୩୦ ପଏଣ୍ଟ ହ୍ରାସ ଘଟି ୧୦,୮୦୫.୫୫ ପଏଣ୍ଟରେ କାରବାର ଶେଷ ହୋଇଛି। ଗୁରୁବାର କାରବାରରେ ଟେକ୍‌,ଅଟୋ,ଆର୍ଥିକ, ବ୍ୟାଙ୍କିଙ୍ଗ୍‌ ଏବଂ ଧାତବ ଆଦି କ୍ଷେତ୍ରର ଷ୍ଟକ ମୂଲ୍ୟରେ ଅଧିକ ହ୍ରାସ ଘଟିଥିଲା। ବଜାରରେ ଦେଖାଦେଇଥିବା​‌​‌ ଏଭଳି ବୃହତ୍‌ ହ୍ରାସ ଯୋଗୁ ନିବେଶକଙ୍କୁ ବିଗତ ୬ କାରବାର ଦିବସରେ ୧୧ ଲକ୍ଷ ୩୧ ହଜାର କୋଟି ଟଙ୍କା ହରାଇବାକୁ ପଡିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories