www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ ମୁକାବିଲା ପାଇଁ ପୌର ପରିଷଦର ଜନସମ୍ପର୍କ ଅଭିଯାନ

ଟିଟିଲାଗଡ : ଟିଟିଲାଗଡ ସହରରେ କୋଭିଡ ମୁକାବିଲା ପାଇଁ ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ସୌମେଶ୍ ଉପାଧ୍ୟାୟ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତ। ଏନେଇ ଶନିବାର ସ୍ଥାନୀୟ ରାଜକନ୍ବର ପାର୍କ ପରିସରରେ ବାର ଆସୋସିଏସନ୍ ସଭ୍ୟଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଇଥିବା ନେଇ କିିଛି ଅଞ୍ଚଲକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏନେଇ ସହରବାସୀ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁଁ  ଉପଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ସେହିପରି ୨୪ ଘଣ୍ଟିଆ ହେଲପଲାଇନ ନମ୍ୱର ଜାରି କରାଯାଇଛି। ମନରେ ଉତ୍ସୁକତା ନେଇ ଆଗକୁ କାହାରି ଟେଷ୍ଟ କରିବାକୁ  ମନା କରାଯାଇଛି। କେବଳ ଲକ୍ଷଣ ଥିବା ରୋଗୀଙ୍କ ପରୀକ୍ଷା କରାଯିବ। ବୈଠକରେ ବାର ସଭାପତି କୃଷ୍ଣ ଚନ୍ଦ୍ର ବାବୁ, ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଡ଼ା ଜଗଦୀଶ ବାଦକା, ପୌର ସ୍ଵାସ୍ଥ୍ୟ ଅଧିକାରୀ ଡା ଶିଶିର୍ ସାହୁ ମହାମାରୀ ର ମୁକାବିଲା ନେଈ ମତାମତ ପ୍ରଦାନ କରିଥିଲେ। ବରିଷ୍ଠ ଓକିଲ ରବିକିରଣ ସ୍ଵାଇଁ, ପ୍ରଭାସ ବହିଦାର, ସୁଧିର ମିଶ୍ର ପ୍ରମୁଖ ବହୁ ଆଇନଜୀବୀ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories