www.samajalive.in
Monday, December 15, 2025
24.1 C
Bhubaneswar

୨୦ଦିନରେ ଭାରତ-ଚୀନ ସୀମାରେ ୩ଥର ଗୁଳି ଫୁଟିଲାଣି

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଲାଗି ରହିଥିବା ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତେଜନାକୁ ହ୍ରାସ କରିବା ଲାଗି ଦୁଇଦେଶ ମଧ୍ୟରେ କଥାବାର୍ତ୍ତା ରହିଥିବା ସତ୍ତ୍ବେ ଏହା ଉଗ୍ର ହେବାରେ ଲାଗିଛି। ଉତ୍ତେଜନା ବୃଦ୍ଧି ପୂର୍ବକ ଦୀର୍ଘ ୪୫ବର୍ଷ ପରେ ଦୁଇଦେଶର ସୀମାରେ ଗୁଳିକାଣ୍ଡ ଘଟିଥିଲା। ନୂଆ ସୂଚନା ଅନୁଯାୟୀ ଭାରତ-ଚୀନ ସୀମାରେ ଗତ ୨୦ଦିନ ମଧ୍ୟରେ ୩ଥର ଗୁଳିବିନିମୟ ଘଟିଲାଣି। ​ସେପ୍ଟେମ୍ବର ୧୦ରେ ମସ୍କୋରେ ଭାରତ-ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୂର୍ବରୁ ସେପ୍ଟେମ୍ବର ୭ରେ ଲଦାଖର ଦକ୍ଷିଣ ପାନଗଙ୍ଗ କୂଳରେ ଗୁଳିଫୁଟିଥିଲା। ଏହା ପୂର୍ବରୁ ଅଗଷ୍ଟ ୨୯ରୁ ୩୧ ମଧ୍ୟରେ ଚୀନ ସେନା ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରିବା ବେଳେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସେହିପରି ସେପ୍ଟେମ୍ବର ୮ରେ ମଧ୍ୟ ପାନଗଙ୍ଗ ସୋ ହ୍ରଦର ଉତ୍ତର କୂଳରେ ଗୁଳି ବିନିମୟ ଘଟିଥିଲା।
ଏ ସଂପର୍କରେ ଅବଗତ ଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ପାନଗଙ୍ଗ ସୋ ହ୍ରଦର ଉତ୍ତର କୂଳରେ ଥିବା ଫିଙ୍ଗର୍ସ ଅଞ୍ଚଳରେ ଚୀନ ପ୍ରାଧାନ୍ୟ ବିସ୍ତାର କରୁଥିବା ବେଳେ ଏହି ଘଟଣା ଘଟିଛି। ଚୀନର କାର୍ଯ୍ୟକୁ ଭାରତ ବିରୋଧ କରିବାରୁ ଚୀନ ସେନା ଏପରି ଗୁଳି ଚଳାଇଥିଲା। ଅଧିକାରୀଙ୍କ କହିବାନୁସାରେ, ହ୍ରଦର ଉତ୍ତର ସୀମାରେ ଉଭୟ ପଟରୁ ୧୦୦ ରୁ ୨୦୦ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା। ତେବେ ଏ ସବୁ ଫାଙ୍କା ଗୁଳିଚାଳନା ଥିଲା। ଫିଙ୍ଗର- ୩ ଏବଂ ଫିଙ୍ଗର-୪ ଅଞ୍ଚଳର ରିଜଲାଇନରେ ଏହି ଘଟଣା ଘଟିଛି। ସେପ୍ଟେମ୍ବର ୭ରେ ମୁକୁରୀ ହାଇଟ୍ସ ନାମକ ଏକ ସ୍ଥାନରେ ଚୁସୁଲ ଉପ-ସେକ୍ଟରରେ ଗୁଳି ବିନିମୟ ଘଟିଥିଲା। ଅଧିକାରୀ ଜଣଙ୍କ କହିଛନ୍ତି ଯେ ୪୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଏଲଏସିରେ ଉଭୟ ପଟରୁ ଗୁଳିଚାଳନା କରାଯାଇଥିଲା। ତେବେ ଉଭୟ ଭାରତ ଏବଂ ଚୀନ୍ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ବିବୃତି ଜାରି କରାଯାଇ ନାହଁି। ଏହା ଚୁସୁଲରେ ହୋଇଥିବା ଗୁଳି ବିନିମୟ ଠାରୁ ବଡ ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପାନଗଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରେ ଅନେକ ଥର ଗୁଳିବିନିମୟ ହୋଇଥିଲା। ଚୁସୁଲ ସେକ୍ଟରର ଅନେକ ସ୍ଥାନରେ ଭାରତ ଏବଂ ଚୀନ୍‌ର ସୈନ୍ୟ ପରସ୍ପରଠାରୁ ୩୦୦ ମିଟର ଦୂରରେ ନିୟୋଜିତ ହୋଇଥିଲେ। ଏହି ସମୟରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଅଧିକାରୀ ଜଣଙ୍କ କହିଛନ୍ତି ଯେ ସୀମାନ୍ତରେ ଏହା ଏକ ଛୋଟ ଘଟଣା ଘଟିଥିଲା; କିନ୍ତୁ ସୈନିକମାନଙ୍କ ପାଇଁ ଏହା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ, ଯାହାକୁ ନେଇ ରିପୋର୍ଟ କରାଯିବ। ସେ କହିଛନ୍ତି ଯେ ଏହି ଘଟଣା ମୁକପାରିରେ ଘଟିଥିଲା ​​ଯେଉଁଠାରେ କିଛି ରାଉଣ୍ଡ ଗୁଳି ଚାଲିଥିଲା। ଗୋଟିଏ ଦିନ ପରେ ଆମେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories