www.samajalive.in
Tuesday, December 9, 2025
23.1 C
Bhubaneswar

ଆଇପିଏଲ ଉପଭୋଗ କରିବାକୁ ଜିଓର ନୂଆ କ୍ରିକେଟ୍ ପ୍ଲାନ୍‌

ମୁମ୍ବଇ: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ପ୍ଲାନ୍ ଆରମ୍ଭ କରାଯାଇଛିି । ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ସୁବିଧା ମିଳିବ। ସହିତ ହାଇସ୍ପିଡ୍ ଡାଟା, ଭଏସ୍ ଓ ଏସ୍‌ଏମ୍‌ଏସ୍ ସେବାର ମିଳିତ ଲାଭ ମଧ୍ୟ ଉପଲବ୍ଧ ହେଉଛି । ଏହି ପ୍ଲାନ୍‌ଗୁଡିକର ସୁଯୋଗ ନେଉଥିବା କ୍ରିକେଟପ୍ରେମୀମାନେ ଡିଜ୍‌ନି+ ହଟ୍‌ଷ୍ଟାର ଆପ୍‌ରେ ମାଗଣାରେ ଚଳିତ ସପ୍ତାହରୁ ଆରମ୍ଭ ହେଉଥିବା ଡ୍ରିମ୧୧ ଆଇପିଏଲ୍ ମ୍ୟାଚଗୁଡିକ ସହଜରେ ଦେଖିପାରିବେ ।

ଜିଓ କ୍ରିକେଟ ପ୍ଲାନସମୂହ ଅଧୀନରେ ୧ମାସ, ୨ମାସ, ୩ ମାସ ଏବଂ ଏକବର୍ଷର ବୈଧତା ବିଶିଷ୍ଟ ପ୍ରିପେଡ ପ୍ଲାନ୍ ଆରମ୍ଭ କରାଯାଇଛି ଏବଂ ଏଥିମଧ୍ୟରୁ ପ୍ରତ୍ୟେକଟି ପ୍ଲାନ୍ ସହିତ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି ।

- Advertisement -

୨୮ଦିନ ବୈଧତା ପ୍ରଦାନ କରୁଥିବା ୪୦୧ଟଙ୍କା ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା, ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି । ଅନୁରୂପ ଭାବେ ୫୬ଦିନ ବୈଧତା ରହିଥିବା ୫୯୮ଟଙ୍କା ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି । ସେହିଭଳି ୮୪ଦିନ ବୈଧତା ବିଶିଷ୍ଟ ୭୭୭ଟଙ୍କା ପ୍ଲାନ୍‌ରେ ଦୈନିକ ୧.୫ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି । ବାର୍ଷିକ ପ୍ଲାନ୍ ଭାବେ ଜିଓ ପକ୍ଷରୁ ୩୬୫ ଦିନ ବୈଧତା ରହିଥିବା ୨୫୯୯ଟଙ୍କା ପ୍ଲାନ୍ ଆରମ୍ଭ କରାଯାଇଛି ଯେଉଁଥିରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି ।

ଏତଦ୍‌ବ୍ୟତୀତ ଆଇପିଏଲ ୨୦୨୦ ଅବସରରେ କ୍ରିକେଟପ୍ରେମୀଙ୍କର ଅଧିକ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ୪୯୯ ଟଙ୍କିଆ ଡାଟା ଆଡ୍‌-ଅନ ପ୍ୟାକ୍ ଉପଲବ୍ଧ କରାଉଛି, ଯାହା ଦୈନିକ ୧.୫ ଜିବି ଡାଟା ପ୍ରଦାନ କରିବା ସହିତ ୩୯୯ ଟଙ୍କା ମୂଲ୍ୟର ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ କରାଉଛି । ଏହି ଡାଟା ଆଡ୍ ଅନ ପ୍ୟାକ୍‌ର ବୈଧତା ୫୬ଦିନ ରହିଛି ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories