ଭାରତକୁ ଧମକ ଦେଲା ଚୀନ ‘‘ଗ୍ଲୋବାଲ ଟାଇମ୍ସ’’: ଜାରି କଲା ଯୁଦ୍ଧାଭ୍ୟାସ ଭିଡ଼ିଓ
ନୂଆଦିଲ୍ଲୀ: ମୁହଁରେ ଶାନ୍ତିର ଭାଷା କହୁଥିବା ଚୀନ ପକ୍ଷାନ୍ତରେ ଭାରତକୁ ପରୋକ୍ଷ ଧମକ ଦେବା ମଧ୍ୟ ଆରମ୍ଭ କରିଛି । ଚୀନ କମ୍ପ୍ୟୁନିଷ୍ଟ ପାର୍ଟି ମୁଖପତ୍ର ଗ୍ଲୋବାଲ ଟାଇମ୍ସର ସମ୍ପାଦକ ନିଜ ଟ୍ବିଟରରେ ଭାରତକୁ ଯେଉଁପରି ପରୋକ୍ଷ ଧମକ ଦେଇଛନ୍ତି ସେଥିରୁ ଚୀନର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଚୀନ ରାଷ୍ଟ୍ରପତି ଶି.ଜିନପିଙ୍ଗଙ୍କ ବିନା ସହମତିରେ ଗ୍ଲୋବାଲ ଟାଇମ୍ସରେ କିଛି ଛପା ହୁଏ ନାହିଁ ଏ କଥା ସମସ୍ତେ ଜାଣନ୍ତି । ତେଣୁ ଏହାର ସମ୍ପାଦକଙ୍କ ଭାଷାକୁ ଚୀନର ଭାଷା ବୋଲି କୁହାଯିବାରେ କିଛି ଅଯଥାର୍ଥ ନାହିଁ । ଭାରତ-ଚୀନ ବିବାଦକୁ ନେି ଦୁଇ ଦେଶର ବିଦେଶମନ୍ତ୍ରୀ ମସ୍କୋରେ ୫ ସୂତ୍ରୀ କାର୍ଯ୍ୟକ୍ରମ ଉପରେ ସହମତି ପ୍ରକାଶ ପରେ ଚୀନ ପକ୍ଷରୁ ଉସୁକାଇବା ପରି ପଦକ୍ଷେପ ଅବ୍ୟାହତ ରହିଛି । ଚୀନ ସେନା ତିବ୍ଦତରେ ସମରାଭ୍ୟାସ କରିବାର ଦୃଶ୍ୟ ଏକ ଟ୍ବିଟରେ ପଦାକୁ ଆସିଛି ।
PLA is training attacking tanks in Tibet region. Yes, it targets China-India border situation. China hopes the five-point consensus reached between the two foreign ministers can be implemented, but is ready to strike a heavy blow to Indian troops if they refuse to implement it. pic.twitter.com/azlPwVPJt6
— Hu Xijin 胡锡进 (@HuXijin_GT) September 14, 2020
ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ସିଜିନ୍ ପିପୁଲ୍ସ ରିପବ୍ଲିକାନ ଆର୍ମିର ଏକ ଅଭ୍ୟାସ ଭିଡ଼ିଓ ନିଜ ଟ୍ବିଟରରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ଚୀନ ସେନା ଭାରତୀୟ ଟ୍ୟାଙ୍କକୁ ଧ୍ଵଂସ କରିବାର ଅଭ୍ୟାସ କରୁଛନ୍ତି । କେବଳ ସେତିକି ନୁହେଁ ସିଜିନ୍ ଧମକ ମଧ୍ୟ ଦେଇଛନ୍ତି ଯେ ଯଦି ଭାରତ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ୫ ସୂତ୍ରୀ ସହମତି ଲାଗୁ ନ କରେ ତେବେ ଚୀନ ସେନା ଭାରତକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି ।
Comments are closed.