www.samajalive.in
Sunday, December 7, 2025
18.1 C
Bhubaneswar

କଲମ ଜଣାଏ ଆପଣଙ୍କ ଏହି ରହସ୍ୟ

ଦୈନନ୍ଦିନ ଜୀବନରେ କଲମର ବ୍ୟବହାର ସାଧାରଣ କଥା। ମାତ୍ର ଏହି କଲମ ଆପଣଙ୍କ ବିଷୟରେ କିଛି ରହସ୍ୟ ଜଣାଇଥାଏ। ଆଜ୍ଞା ହଁ , କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଲମ ଧରିବା ଶୈଳୀରୁ ଆପଣଙ୍କ  ବିଷୟରେ ବହୁ କିଛି ଜାଣି ହୋଇଥାଏ। ବିଶେଷଜ୍ଞ ମତରେ ଆପଣଙ୍କ କଲମ ଧରିବା ସମୟରେ ଆପଣଙ୍କ ଆଙ୍ଗୁଠିର ସ୍ଥିତିକୁ ନେଇ ଆପଣଙ୍କ ବିଷୟରେ ବହୁ କିଛି ଜାଣି ହୋଇଥାଏ। ଜାଣନ୍ତୁ ଏହା ବିଷୟରେ…
ଯେଉଁବ୍ୟକ୍ତିମାନେ କଲମକୁ ନିଜ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି ମଧ୍ୟରେ ରଖି ଲେଖିଥାଆନ୍ତି, ଏହି ବ୍ୟକ୍ତିମାନଙ୍କ ହୃଦୟ ନିର୍ମଳ ଅଟେ। ଏମାନେ ଅଧିକ ସମୟ ଅନ୍ୟ ଉପରେ ରାଗି ରହିପାରନ୍ତି ନାହିଁ। ଅନ୍ୟମାନଙ୍କର ଦୋଷକୁ ଭୁଲି ଏମାନେ ଆଗକୁ ବଢିଥାଆନ୍ତି।
ବହୁ ଲୋକେ ଲେଖିବା ସମୟରେ ବୁଢା ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ମାନଙ୍କୁ ସ୍ପର୍ଶ କରିଥାଏ। ଏହି ପ୍ରକାରର ବ୍ୟକ୍ତି ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇଥାଆନ୍ତି। ଏମାନଙ୍କ ମଧ୍ୟରେ ସର୍ବଦା କିଛି ପରିମାଣରେ ଏମାନଙ୍କ ଆତ୍ମୀୟମାନେ ଏମାନଙ୍କୁ ଠକିବାର ଭୟ ରହିଥାଏ।
ବହୁ ଲୋକେ ବୁଢା ଆଙ୍ଗୁଠି ଉପରେ ଅନ୍ୟ ଆଙ୍ଗୁଠିମାନଙ୍କୁ ରଖି ଲେଖିଥାଆନ୍ତି। ଏଭଳି ବ୍ୟକ୍ତିମାନେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଆନ୍ତି। ଏମାନେ ସର୍ବଦା ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥାଆନ୍ତି। ନିଜ ମନର କଥା ସହଜରେ ଅନ୍ୟମାନଙ୍କୁ କହିନଥାଆନ୍ତି।
ବହୁ ଲୋକେ ନିଜ ବୁଢା ଆଙ୍ଗୁଠି ଓ ତର୍ଜନୀ ଆଙ୍ଗୁଠି ମଧ୍ୟରେ କଲମ ଧରି ଲେଖି ଥାଆନ୍ତି। ଏଭଳି ବ୍ୟକ୍ତିଙ୍କ ମଧ୍ୟରେ ବହୁତ କିଛି ନୂଆ ଜିନିଷ ଶିଖିବାର ଆଗ୍ରହ ସର୍ବଦା ରହିଥାଏ। ଏହି ପ୍ରକାରର ଲୋକେ ସଚ୍ଚୋଟ ଅଟନ୍ତି।
ବହୁ ଲୋକେ ଲେଖିବା ସମୟରେ ବୁଢା ଆଙ୍ଗୁଠି ତର୍ଜନୀ ଆଙ୍ଗୁଠି ଉପରେ ଆସିଥାଏ। ବିଶେଷଜ୍ଞଙ୍କ ମତାନୁଯାୟୀ ଏଭଳି ବ୍ୟକ୍ତି ମଧ୍ୟରେ ବହୁ କଳା ରହିଥାଏ। ଛୋଟ ଛୋଟ କଥାରେ ଏଭଳି ବ୍ୟକ୍ତିମାନେ ରାଗି ଥାଆନ୍ତି ଓ ଖୁସି ମଧ୍ୟ ହୋଇଥାଆନ୍ତି। ଏମାନେ ପରିଶ୍ରମୀ ଅଟନ୍ତି। ମାତ୍ର ଏମାନଙ୍କ ଆତ୍ମବିଶ୍ୱାସ କମ ରହିଥାଏ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories