ବିଜେପିରେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସଙ୍କ ନିମନ୍ତ୍ରଣକୁ କଙ୍ଗନାଙ୍କ ଅସ୍ବୀକାର
ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଗତକାଲି ଅଫିସ ଭଙ୍ଗାଯିବା ପରେ ଆଜି ନିଜ ଘରେ ପହଞ୍ଚିଛନ୍ତି କଙ୍ଗନା । ଏହି ଅବସରରେ ଘରର ସ୍ଥିତି ଦେଖି ଅତ୍ୟନ୍ତ ମର୍ମାହତ ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ ଆଜି କଙ୍ଗନାଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ ତାଙ୍କୁ ବିଜେପିରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ହେଁ କଙ୍ଗନା ନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
So, she said that she is not interested in politics and as long as she is working in films, she has no intention of joining politics but if she joins BJP or RPI, we’ll welcome her: Union Minister Ramdas Athawale after meeting actor #KanganaRanaut https://t.co/L1WuJjjJTQ
— ANI (@ANI) September 10, 2020
ଅନ୍ୟପକ୍ଷରେ କଙ୍ଗନାଙ୍କ ମା’ ଟ୍ବିଟ୍ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଝିଅକୁ ଯଦି ସୁରକ୍ଷା ଯୋଗାଇ ଦିଆଯାଇ ନ ଥାନ୍ତା, ତେବେ ତାଙ୍କ ସହ କିଛି ବି ଘଟିଥାଆନ୍ତା ବୋଲି କଙ୍ଗନାଙ୍କ ମା ଟ୍ବିଟରରେ ଲେଖିଛନ୍ତି ।
I thank Amit Shah for providing her security, had she not been given security, nobody knows what would have happened to her: Asha Ranaut, mother of actor #KanganaRanaut https://t.co/tsheQQnLVY
— ANI (@ANI) September 10, 2020
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମଦାସ ମଧ୍ୟ ଟ୍ବିଟ୍ ଯୋଗେ କଙ୍ଗନାଙ୍କୁ ଭେଟିଥିବା ଓ ସେ ରାଜନୀତି ନିମନ୍ତେ ଅନାଗ୍ରହ ପ୍ରକାଶ କରିଥିବା ଉଲ୍ଲେଖ କରିଛନ୍ତି ।
Comments are closed.