www.samajalive.in
Monday, December 15, 2025
24.1 C
Bhubaneswar

ନଳକୂପ ଅଚଳ ; ଲୋକଙ୍କ ଭରସା ଚାଷ ଜମିର ଝର ପାଣି

କଲମପୁର : ଦିନକୁ ଦିନ ଅସହ୍ୟ ହେଉଛି ପାନୀୟ ଜଳ ସମସ୍ୟା। ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକେ ଦୂଷିତ ପାଣି ବ୍ୟବହାର କରି ଝାଡା, ବାନ୍ତି ଭଳି ମାରାତ୍ମକ ରୋଗର ଶିକାର ହେବା ଥୁଆମୂଳ ରାମପୁର ବ୍ଲକ ପାଇଁ ନିତି ଦିନିଆ ଘଟଣା। ଅତୀତରେ ଅନେକ ଲୋକ ଦୂଷିତ ପାଣି ବ୍ୟବହାର କରିବା ଦ୍ୱାରା ଝାଡା ବାନ୍ତି ରୋଗର ଶିକାର ହେଇ ଅକାଳରେ ମୃତ୍ୟୁ ଲଭି ସାରିଛନ୍ତି। ସ୍ୱାଧିନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଲୋକଙ୍କୁ ସଠିକ ଭାବେ ବିଶୁଦ୍ଧ ପାନୀୟ ଜଳ ନ ମିଳିବା ପରିତାପର ବିଷୟ। ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକେ ବାଧ୍ୟ ହେଇ କିଏ ନାଳରେ ବାଲି ଚୁଆଁ କରି ପାଣି ସଂଗ୍ରହ କରୁଛି ତ କିଏ ଝର ପାଣିକୁ ଅଟକାଇ ପାନୀୟ ଜଳ ଭାବେ ବ୍ୟବହାର କରୁଛି।

ପଡାରେ ଥିବା ଏକମାତ୍ର ନଳକୁଅ ଅଚଳ କାରଣରୁ ୧୫ ପରିବାରର ଶତାଧିକ ଲୋକଙ୍କ ଶୋଷ ମେଣ୍ଟାଇବାରେ ସହାୟକ ହେଉଛି ଜମିରେ ଝରି ଆସୁଥିବା ଝର ପାଣି। ଖୋଦ ଥୁଆମୂଳ ରାମପୁର ବ୍ଲକ ମହାକୂମା ପଞ୍ଚାୟତ ଅଧିନସ୍ଥ ଘୁଟିଗୁଡା ଗ୍ରାମ ଉପରପଡାର ଲୋକଙ୍କ ଏହି ପାନୀୟ ଜଳ ସମସ୍ୟା ସମାଜର ବିଶିଷ୍ଟ ଲୋକ ତଥା ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

- Advertisement -

ବର୍ଷାଧିକ କାଳ ଏକ ମାତ୍ର ନଳକୂପ ଅଚଳ ହେଇ ପଡିଛି। ଏନେଇ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଗୁରୁତ୍ୱ ଦେଇନଥିବା ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ବାଧ୍ୟ ହେଇ ନିକଟସ୍ଥ ଝର ପାଣିକୁ ଏକ ଜମି ନିକଟରେ ମାଟି କୁଅଁ ତିଆରି କରି ସଂରକ୍ଷିତ ରଖି ବ୍ୟବହାର କରି ଆସୁଛନ୍ତି। ଏହି ଗୋଳିଆ ତଥା ଦୂଷିତ ପାଣି ବ୍ୟବହାର ଦ୍ୱାରା ବିଭିନ୍ନ ରୋଗର ଶିକାର ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ତେଣୁ ତୁରନ୍ତ ଏହି ପଡାବାସୀଙ୍କ ପାଣି ସମସ୍ୟା ଦୂର କରିବା ପାଇଁ ଦାବି ହେଉଛି। ଏନେଇ ବି.ଡି.ଓ ନିଶାନ ମିଶ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିଲା ତୁରନ୍ତ ଲୋକଙ୍କ ଏହି ସମସ୍ୟା ଦିଗରେ ଗୁରୁତ୍ୱ ଦେବେ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories