www.samajalive.in
Monday, December 15, 2025
16.1 C
Bhubaneswar

ଅସୁରକ୍ଷିତ ବରିଷ୍ଠ ନାଗରିକ: ୯୦ ବର୍ଷର ଶାଶୁଙ୍କୁ ଜଙ୍ଗଲରେ ଛାଡିଦେଇ ପଳାଇଲେ ଚାକିରିଆ ବୋହୂ!

ଫୁଲବାଣୀ: ଗତ ୯ ମାସ ତଳେ ଚାକିରିଆ ପୁଅଙ୍କ ଅଚାନକ ଭାବେ ମୃତ୍ୟୁ ହୋଇଥିଲା। ପୁଅ ମୃତ୍ୟୁପରେ ୯୦ ବର୍ଷର ଶାଶୁଙ୍କୁ ମାଡ ମାରି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଡ଼ିଙ୍ଗିରାଗାଁ ନିକଟ ଏକ ଜଙ୍ଗଲରେ ରାତିଅଧିଆ ଜଙ୍ଗଲରେ ଏକୁଟିଆ ଛାଡି ଚାଲିଗଲେ ଚାକିରିଆ ବୋହୂ। ସାଥିରେ ସାମିଲ୍‍ ହୋଇଥିଲେ ମଧ୍ୟ ସାବତ ପୁଅ। ଏଭଳି ଏକ ଅଭାବନିୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅଞ୍ଚଳରେ। ଏହି ଘଟଣା ସମଗ୍ର ଅଞ୍ଚଳରେ ମଧ୍ୟ ଆଲୋଚ୍ୟର ବିଷୟ ହୋଇଛି। ତେବେ ବୃଦ୍ଦାଜଣକ ଡ଼ିଣ୍ଡିରାଗାଁ ଅଞ୍ଚଳର ହୋଇଥିବା ଯୋଗୁଁ ଗ୍ରାମବାସୀ ମାନେ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହିତ ବୃଦ୍ଧାଜଣକ ଯେଭଳି ଭାବେ ନ୍ୟାୟ ପାଇ ପାରିବ ସେଥିପାଇଁ ମଧ୍ୟ ଗ୍ରାମବାସୀ ହୋଇଛନ୍ତି ଏକଜୁଟ୍‍। ଗ୍ରାମବାସୀଙ୍କ ପ୪ରୁ ଦିଆଯାଇଛି ଫିରିଙ୍ଗିଆ ଥାନାରେ ଏକ ଏତଲା। ପୁଲିସ୍‍ ମଧ୍ୟ ଉକ୍ତ ଏତଲାକୁ ଗ୍ରହଣ କରି ଆରମ୍ଭ କରିଛି ତଦନ୍ତ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ।

ବୃଦ୍ଧାଙ୍କ ଅଭିଯୋଗ ପ୍ରକାରେ, ବୃଦ୍ଧାଙ୍କ ପୁଅ ପ୍ରେମାନନ୍ଦ ବେହେରା ପୂର୍ବରୁ ଫୁଲବାଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବରିଷ୍ଠ କିରାଣି ଭାବେ ଚାକିରୀ କରୁଥିଲେ। ଗତ ଦିନରେ ମଧ୍ୟ ସେ କନ୍ଧମାଳ ଜିଲ୍ଲା ରାଇକିଆ ମହିଳା ଉଚ୍ଚ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷୟୀତ୍ରୀ ଭାବରେ ଚାକିରି କରୁଥିବା ଶଶିରେଖା ମହାରଣାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଗତ ୯ମାସ ତଳେ ପ୍ରେମାନନ୍ଦଙ୍କ ଅଚାନକ ଦେହାନ୍ତ ହୋଇଯାଇଛି। ବର୍ତମାନ ତାଙ୍କ ବହୁଙ୍କ ସହିତ ସେ ରାଇକିଆରେ ରହୁଥିଲେ। ତାଙ୍କ ସହିତ ପ୍ରଥମ ସ୍ତ୍ରୀଙ୍କ ସାନ ପୁଅ ରଜନିକାନ୍ତ ବେହେରା ମଧ୍ୟ ରହୁଛି। ତେବେ ଗତ ୩ ତାରିଖରେ ତାଙ୍କୁ ତାଙ୍କ ବୋହୁ ଶଶିରେଖା ମହାରଣା ଏବଂ ତାଙ୍କର ସାନ ନାତି ତଥା ଶଶିରେଖାଙ୍କର ସାବତ ପୁଅ ରଜନୀକାନ୍ତ ବେହେରା କୌଣସି କାରଣକୁ ନେଇ ପାଟିତୁଣ୍ଡ କରିବା ସହିତ ମାଡ଼ ମାରିଥିଲେ। ଏତିକିରେ ସେମାନେ ଶାନ୍ତି ହୋଇନଥିଲେ। ଜୋରଜବରସ୍ତି ଲାତ ଗୋଇଠା ମାରିବା ସହିତ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ। ବଳପୂର୍ବକ ଗୋଟିଏ ବୋଲେରୋ ଗାଡିରେ ବସାଇ ତାଙ୍କୁ ଆଣି ଡିଡ୍ରାଗାଁ ନିକଟରେ ଥିବା ଏକ ଜଙ୍ଗଲାରେ ରାତି ଅଧିଆ ଛାଡି ଚାଲି ଯାଇଛନ୍ତି। ପରେ ସକାଳ ହେବା ପରେ ଗ୍ରାମର ମୁରଳି ଦିଗାଲ,ଜସନ ଦିଗାଲ,ସଙ୍ଗୀତା ଗଣ୍ଡା,ଗଗନ ଦିଗାଲ,ସରସ୍ୱତୀ ଦିଗାଲ,ବିଭିଷଣ ଦିଗାଲ,ବିଦ୍ୟାଧର ଦିଗାଲ,ଟୁନି ଦିଗାଲ,ବନ୍ଦର ଦିଗାଲ,ରାଧା ଦିଗଲା,ମୁକୁନ୍ଦ ନାୟକ,ସନ୍ତୋଷ ଦିଗାଲ ଏବଂ ଯୋଗେଶ ଦିଗାଲ ସମେତ ଅନେକ ଗ୍ରାମବାସୀ ମାନେ ବୃଦ୍ଦା ପ୍ରିୟବତୀଙ୍କୁ ସେଠାରୁ ଉଦ୍ଧାର କରିବା ସହିତ ସେମାନଙ୍କର ହେପାଜତରେ ଗ୍ରାମରେ ରଖି ଏ ସମ୍ପର୍କରେ ଫିରିଙ୍ଗିଆ ଥାନାରେ ଏକ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ ଫିରିଙ୍ଗିଆ ଥାନା ପୋଲିସ ବୃଦ୍ଧାଙ୍କର ବୋହୁ ଶଶିରେଖା ମହାରଣା ଏବଂ ତାଙ୍କ ସାବତ ପୁଅ ରଜନିକାନ୍ତ ବେହେରାଙ୍କୁ ଥାନାକୁ ଡକାଇବା ସହିତ ସେମାନେ ସେଠାରେ ତାଙ୍କ ଶାଶୁ ପ୍ରିୟବତୀ ବେହେରାଙ୍କୁ କାହିଁକି ଛାଡି ଗଲେ ତାହାର ତଦନ୍ତ ଜାରୀ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ସୁଚନା ଦେଇଛନ୍ତି। ଅନ୍ୟପଟେ ପୁଅ ମରିଗଲା ପରେ ବହୁ ନିଜ ବୃଦ୍ଧା ଶାଶକୁ ଏଭଳି ଅବସ୍ଥାରେ ଅଧରାତିରେ ଜଙ୍ଗଲ ମଧ୍ୟରେ ଛାଡି ଚାଲିଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ତାଙ୍କ ବୋହୁ ଓ ସାବତପୁଅ ବିରିଦ୍ଦରେ ଦୃଢ କାର୍ଯ୍ୟାନୁଷ୍ଟାନ ପାଇଁ ମଧ୍ୟ ଗ୍ରାମବାସୀ ଦାବିକରିଛନ୍ତି। ତେବେ ଅଭିଯୋଗ ସଂପର୍କରେ ବୃଦ୍ଧାଙ୍କ ବୋହୁ ତଥା ରାଇକିଆ ଅଞ୍ଚଳରେ ରହୁଥିବା ଶଶିରେଖାଙ୍କୁ ଯୋଗାଯୋଗ କରି ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ବୃଦ୍ଧାଙ୍କର ନିଜ ଗ୍ରାମ ଡ଼ିଣ୍ଡିରାଗାଁରେ। ତେବେ ବର୍ତ୍ତମାନ ନିଜ ଗ୍ରାମରେ କୌଣସି ପ୍ରକାର ଘର ଦ୍ୱାର ନାହିଁ। ବର୍ତ୍ତମାନ ଗ୍ରାମବାସୀ ମାନେ ଏକ ଗୃହରେ ଉକ୍ତ ବୃଦ୍ଧାକୁ ଆଶ୍ରୟ ଦେବା ସହିତ ପାଳି କରି ଖାଇବାକୁ ଦେଉଛନ୍ତି। ବୃଦ୍ଧାଙ୍କର ନିଜର ବୋଲି କେହି ନାହାନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories