www.samajalive.in
Sunday, December 7, 2025
26.1 C
Bhubaneswar

୬ ମାସ ହେଲା କ୍ରୀଡ଼ା ଛାତ୍ରାବାସ ବନ୍ଦ, ଅଭ୍ୟାସରୁ ଦୂରରେ ଖେଳାଳି

କଟକ : କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚରୁ କ୍ରୀଡ଼ା ଛାତ୍ରାବାସ ବନ୍ଦ। ଏଥିମଧ୍ୟରେ ୬ ମାସ ବିତିଯାଇଛି। କ୍ରୀଡ଼ା ଛାତ୍ରାବାସରେ ଅନ୍ତେବାସୀ ଭାବେ ରହିଥିବା ୧୦୦୦ରୁ ଅଧିକ ପିଲାଙ୍କ କ୍ରୀଡ଼ା ଅଭ୍ୟାସ ଏକପ୍ରକାର ବନ୍ଦ ହୋଇଯାଇଛି। କେବେ କ୍ରୀଡ଼ା ଛାତ୍ରାବାସ ଖୋଲିବ, ଖେଳାଳି ଫେରିବେ ସେ ନେଇ ଆଶା ଓ ଆଶଙ୍କାରେ ଖେଳାଳି ରହିଛନ୍ତି।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଗତ ମାର୍ଚ୍ଚରୁ ରାଜ୍ୟରେ ରହିଥିବା ୧୬ ଗୋଟି କ୍ରୀଡ଼ା ଛାତ୍ରାବାସବୁ ବନ୍ଦ କରି ଦିଆଯାଇଛି। ପାଖାପାଖି ୧୦୦୦ରୁ ଅଧିକ ପିଲା ଏବେ କ୍ରୀଡ଼ା ଛାତ୍ରାବାସ ଛାଡ଼ି ଘରେ ରହୁଛନ୍ତି। କ୍ରୀଡ଼ା ଛାତ୍ରାବାସରେ ରାଜ୍ୟର ବିଭିନ୍ନ ଜିଲାର ପିଲାମାନେ ରହିଥାନ୍ତି। ଏପରିକି ଆଦିବାସୀ ଅଧ୍ୟୁଷିତ ଜିଲା ଗୁଡ଼ିକରୁ ପିଲାମାନେ ଅଧିକ ସଂଖ୍ୟକ କ୍ରୀଡ଼ା ଛାତ୍ରାବାସ​‌େ​‌ର ରହିଥାନ୍ତି। କ୍ରୀଡ଼ା ଛାତ୍ରାବାସ ବନ୍ଦ ରହିବା ପରେ ଖେଳାଳିମାନେ ଏବେ ଘରେ ସମୟ ଅତିବାହିତ କରୁଛନ୍ତି। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ଗୁଡ଼ିକରେ ଅଭ୍ୟାସ ନେଇ ସେଭଳି କୌଣସି ସୁବିଧାସୁଯୋଗ ନାହିଁ। କିଛି ପିଲା ଘର ଆଖପାଖ ପଡ଼ିଆରେ ଅଭ୍ୟାସ କରୁଥିବାବେଳେ ଅନେକ ପିଲା ଅଭ୍ୟାସରୁ ଦୂରରେ ରହି ସମୟ ଅତିବାହିତ କରୁଛନ୍ତି।

- Advertisement -

୬ ମାସରୁ ଅଧିକ ସମୟ କ୍ରୀଡ଼ାଠାରୁ ଦୂରରେ ରହିବା ଫଳରେ କ୍ରୀଡ଼ାଠାରୁ ମନ ବଦଳିବାରେ ଲାଗିଛି। ପିଲାମାନେ ଘରେ ରହିବା ଫଳରେ କିଭଳି ଅଭ୍ୟାସ କରୁଛନ୍ତି ସେ ସୁବିଧା କିଭଳି ରହିଛି ତାହା ଉପରେ କେବେ କ୍ରୀଡ଼ା ବିଭାଗ ଗୁରୁତ୍ବ ଦେଉନାହିଁ। ପିଲାମାନଙ୍କ ସହିତ ଯୋଗାଯୋଗରେ ରହିବା ଓ ସେମାନଙ୍କ ଅଭ୍ୟାସ ନେଇ ପରାମର୍ଶ ଦେବା ଉପରେ କ୍ରୀଡ଼ା ବିଭାଗ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଜିଲା ମୁଖ୍ୟାଳୟ ଗୁଡ଼ି କରେ ରହିଥିବା ଷ୍ଟାଡ଼ିୟମରେ ପିଲାମାନଙ୍କୁ ଉକ୍ତ ଅଞ୍ଚଳର ପିଲାମାନଙ୍କୁ ଅଭ୍ୟାସ ନେଇ ସୁଯୋଗ ମିଳିବା ଆବଶ୍ୟକ ବୋଲି କ୍ରୀଡ଼ାବିତ୍‌ମାନେ ମତ ଦେଇଛନ୍ତି। କ୍ରୀଡ଼ା ବିଭାଗ କେବଳ ବଡ଼ବଡ଼ ଯୋଜନା କରିବାରେ ବ୍ୟସ୍ତ। କିନ୍ତୁ ଖେଳାଳିମାନେ କିଭଳି ଉପଯୁକ୍ତ ଅଭ୍ୟାସ ପାଇପାରିବେ ସେ ନେଇ କଣ ଯୋଜନା କରିଛନ୍ତି ସେ ଉପରେ କିଛି ବି ଚିନ୍ତା ନାହିଁ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories