www.samajalive.in
Monday, December 8, 2025
14.1 C
Bhubaneswar

ବାଛୁରୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଯୁବକଙ୍କ ଜୀବନ

ଉତ୍ତରପ୍ରଦେଶର ଗୋଣ୍ଡା ଜିଲାର ଏକ କୂଅରେ ଖସି ପଡ଼ିଥିଲା ଏକ ଛୋଟ ବାଛୁରୀ । ତାକୁ ବାହାର କରିବାକୁ ୫ ଜଣ ଯୁବକ ଜଣକ ପରେ ଜଣେ କୂଅକୁ ଓହ୍ଲାଇଥିଲେ । ଆଉ ସେଇଠି ୫ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । କୂଅ ଭତରେ ଥିବା ବିଷାକ୍ତ ଗ୍ୟାସ ଯୋଗୁଁ ସେମାନେ ବେହୋଶ ହୋଇ ଯାଇଥିଲେ ଓ ବୁଡ଼ିଯାଇ ପ୍ରାଣ ହରାଇଥିଲେ ।  ନଗର ଥାନା କ୍ଷେତ୍ରର ମହାରାଜଗଞ୍ଜ କଲୋନୀ ଅଞ୍ଚଳର ଲୋକମାନଙ୍କଠାରୁ ଏପରି ଏକ ସୂଚନା ପାଇଥିଲା ସ୍ଥାନୀୟ ପୁଲିସ । ଅଗ୍ନିଶମ ବାହିନୀ ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକମାନେ କହିଥିଲେ ଯେ ଗୋଟିଏ ବାଛୁରୀ କୂଅରେ ଖସି ପଡ଼ିଥିଲା, ତାକୁ ଉଦ୍ଧାର କରିବାକୁ ୫ ଜଣ ଯୁବକ କୂଅ ଭିତରକୁ ପ୍ରବେଶ କରିଥିଲେ । ମାତ୍ର ସେମାନେ ଆଉ ବାହାରି ପାରିନାହାନ୍ତି । କୂଅରେ ବୁଡ଼ି ଯାଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ସମସ୍ତ ଯୁବକଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ବୋଲି ଗ୍ରାମବାସୀ କହିଥିଲେ । 

ପୁଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ କୂଅ ଭିତରୁ ଯୁବକମାନଙ୍କୁ ଉଦ୍ଧାର କରାଯାଇଥିଲା । ଏଥିପାଇଁ ସେମାନଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା । ମାତ୍ର ଉଦ୍ଧାର ହେବା ବେଳକୁ ୫ ଜଣ ଯାକ ଯୁବକଙ୍କ ମଧ୍ୟରୁ କେହି ଜଣେ ବି ଜୀବିତ ନ ଥିଲେ । ପୁଲିସ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଏହି ଘଟଣା ପରେ ପୁରା ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଏହି ଯୁବକମାନଙ୍କ ନାମ ବିଭବ, ବିଷ୍ଣୁ, ରିଙ୍କୁ, ଛୋଟୁ ଓ ମୋନୁ ବୋଲି ଗ୍ରାମବାସୀ କହିଛନ୍ତି । ପୁଲିସ ଅଧୀକ୍ଷପ ଏହି ଖବରକୁ ସ୍ବୀକାର କରିଛନ୍ତି ଏବଂ ସମ୍ଭବତଃ କୂଅ ଭିତରେ ଅଣନିଃଶ୍ବାସୀ ହୋଇ ଯୁବକମାନେ ମୃତ୍ୟୁବରଣ କରିଥାଇ ପାରନ୍ତି ବୋଲି କହିଛନ୍ତି । 

ସ୍ଥାନୀୟ ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୫ ମୃତକଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର । ଜଣେ ଅନ୍ୟଜଣକୁ ବଞ୍ଚାଇବା ପାଇଁ କୂଅ ଭିତରକୁ ପ୍ରବେଶ କରିଥିଲେ । କୁହାଯାଉଛି ଏହି କୂଅଟି ଅବ୍ୟବହୃତ ଥିଲା ଓ ଲୋକମାନେ ଏଠାରେ ଆବର୍ଜନା ପକାଉଥିଲେ । ସମ୍ଭବତଃ ଏଥିରୁ ବିଷାକ୍ତ ଗ୍ୟାସ ସୃଷ୍ଟି ହୋଇଥିଲା ଓ ଯାହାଦ୍ବାରା ଯୁବକମାନେ ବୋହୋଶ ହୋଇଯାଇଥିଲେ ଓ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories